କଦଳୀଘାଟି ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’

ଲାଞ୍ଜିଗଡ଼,୧୫/୧୦: ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ତଥା ସୁରକ୍ଷିତ ଜୀବନଯାତ୍ରା ପାଇଁ ନୂତନ ମୋଟର ଯାଇନ-୨୦୧୯ ଅତ୍ୟନ୍ତ ଉପାଦେୟ। ତେବେ ଲୋକେ ସଚେତନ ହେଲେ ହିଁ ଏସବୁ ସମ୍ଭବ ହୋଇପାରିବ। ଏ ଦିଗରେ ବିଜୁ ଯୁବବାହିନୀର ସ୍ୱେଚ୍ଛାସେବୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯୁବଶକ୍ତି ଜାଗିଲେ, ସେମାନେ ନେତୃତ୍ୱ ନେଲେ ହିଁ ପରିବର୍ତ୍ତନ ସଂଘଟିତ ହେବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଆହ୍ୱାନ ଦେଇଛନ୍ତି।

ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ଦ୍ୱାରା ଭବାନୀପାଟଣା-ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି ଛକରେ ଆୟୋଜିତ ବୃହତ୍ ସଡ଼କ ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଣ୍ଢି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିବା ସହ ବିଜୁ ଯୁବବାହିନୀର ଏହି କାର୍ଯ୍ୟକ୍ରମ ପାଇଁ ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀର ସଦସ୍ୟମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେ ଟ୍ରାଫିକ୍ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର ଯୋଗଦେଇ କଳାହାଣ୍ଡିରୁ ରାୟଗଡ଼ା ଆନ୍ତଃଜିଲ୍ଲା ତଥା ରାୟପୁରରୁ ରାଞ୍ଚିକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଭାରୀଯାନ ଓ ବାଇକ୍ ତଥା କାର୍ ଯାତାୟତ କରୁଥିବା ବେଳେ ବିଜୁ ଯୁବବାହିନୀ ପକ୍ଷରୁ ଏହି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଲୋକଙ୍କୁ ସଚେତନ କରିବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। କିନ୍ତୁ ବିଜୁ ଯୁବବାହିନୀର ସ୍ୱେଚ୍ଛାସେବୀମାନଙ୍କ ଏକାନ୍ତ ଉଦ୍ୟମ ଯୋଗୁଁ ଏହା ଫଳପ୍ରଦ ହୋଇପାରିଛି ବୋଲି ସେ ସ୍ୱେଚ୍ଛାସେବୀମାନଙ୍କୁ ଉଦବୋଧନ ଦେଇ କହିଥିଲେ।

କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀ ଲାଞ୍ଜିଗଡ ବ୍ଲକ ସଂଯୋଜକ ଜକ୍ ସନ୍ ସାହୁ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସମିତିସଭ୍ୟ ଚିତ୍ରସେନ ମାଝୀ, ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀର ସଭାପତି ତୀର୍ଥ ଗହୀର ଓ ସଂପାଦକ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଆୟୋଜିତ ବୃହତ ସଚେତନତା କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭବାନୀପାଟଣାର କର୍ମକର୍ତ୍ତା କାହ୍ନୁଚରଣ ହଂସ, ରତ୍ନାକର ବେଶ୍ରା, ଚନ୍ଦୁଲାଲ ରଣା, ଭାନୁ ବେଗମ, ମିଲନ ଜାଲ, ନର୍ଲା ପୁଲିସ ପକ୍ଷରୁ କନଷ୍ଟେବଲ୍ ଭୁବନେଶ୍ୱର ସାହୁଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଗୋବର୍ଦ୍ଧନପୁର ଗ୍ରା.ପ ବିଜୁ ଯୁବବାହିନୀର ସଦସ୍ୟ ବିନୟ ସାହୁ, ହୃଷିକେଶ ବଗର୍ତ୍ତି, ଅମିତ ପଧାନ, ଚନ୍ଦ୍ରଶେଖର ମାଝୀ, ପ୍ରୀତିରଞ୍ଜନ ପରିଡ଼ା, ଦେବରାଜ ଛତର, ରୋହିତ ଭୋଇ, ଘନଶ୍ୟାମ ସାହୁ, ନୀଲେଶ ପାଢୀ, ଜଳଧର ସାଗର, ଅଜିତ ମାଝୀ, ଜୟନ୍ତ ବାଗ, ଶୋଭାକର ବାଗଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଏହି ଅଭିନବ ସଚେତନତା କାର୍ଯ୍ୟକ୍ରମରେ ହେଲମେଟ୍ ଓ ସିଟବେଲ୍ଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିବାବେଳେ ହେଲମେଟ୍ ଓ ସିଟବେଲ୍ଟ ପିନ୍ଧିନଥିବା ଗାଡ଼ି ଚାଳକଙ୍କୁ ଶପଥ ପତ୍ର ପାଠ ସହ ସଡ଼କ ସୁରକ୍ଷା ଆଇନ ସଂପର୍କରେ ସ୍ୱେଚ୍ଛାସେବୀମାନେ ଅବଗତ କରାଇଥିଲେ। ବିଜୁ ଯୁବବାହିନୀର ଏହି କାର୍ଯ୍ୟକ୍ରମକୁ ନେଇ ଗାଡ଼ିଚାଳକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ସାଧାରଣରେ ପ୍ରଶଂସା କରାଯାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.