ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ବଲାଙ୍ଗିର ସହର

ବଲାଙ୍ଗିର,୧୬/୧୦ : ପର୍ବପର୍ବାଣି ଓ ଉତ୍ସବ ମହୋତ୍ସବ ଧାରଣ କରିଥିବା ଏକ ସୁନ୍ଦର ଜିଲ୍ଲା ହେଉଛି ବଲାଙ୍ଗିର। ଏହି ଜିଲ୍ଲା ବର୍ଷ ମଧ୍ୟରେ ବହୁ ପର୍ବ ପର୍ବାଣୀ ପାଳନକୁ ଉପଭୋଗ କରେ। ସେହିପରି ଆଶ୍ୱିନ ମାସ ପିର୍ଣ୍ଣିମାତିଥିରେ ପଡିଥାଏ କୁଆଁର ପୂର୍ଣ୍ଣିମା ଓ ମାଁ ଗଜଲକ୍ଷ୍ମୀଙ୍କ ପୂଜା। ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ ଜହ୍ନି ଓଷା ଏହି ଦିନରେ ଉଦଯାପିତ ହୋଇଥାଏ ଏବଂ ଏହି ଦିନରେ ମାଁ ଗଜଲକ୍ଷ୍ମୀଙ୍କ ଉପାସନା ବିଧି ପ୍ରଚଳିତ।

ମାଁ ଲକ୍ଷ୍ମୀ ସୌଭାଗ୍ୟ, ସୌନ୍ଦର୍ଯ୍ୟ,ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ।କୁଆଁର ପୂର୍ଣ୍ଣିମା ରାତ୍ରିରେ ଚୁଡା ଓ ନଡ଼ିଆର ପ୍ରସ୍ତୁତ ନୈବେଦ୍ୟ ଲକ୍ଷ୍ମୀ ଦେବୀଙ୍କୁ ଅର୍ପଣ କରାଯାଇଥାଏ। ରାତ୍ରି ଉଜାଗର ରହି ମାଁ ଲକ୍ଷ୍ମୀଙ୍କ ଉପାସନା କରାଯାଇଥାଏ।ଯାହାକୁ ନେଇ ଏବେ ବଲାଙ୍ଗୀର ସହର ହୋଇଉଠିଛି ଉତ୍ସବ ମୁଖର। ସହରର ମାଲପଡା, ରୁଗୁଡିପଡା, ଡେଲିମାର୍କେଟ ଆଦି ସ୍ଥାନ ମାନଙ୍କରେ ମହାଆଡମ୍ବର ଓ ରୀତିନୀତି ଅନୁସାରେ ଚାଲିଛି ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ପାର୍ବଣର ସନ୍ଧି କ୍ଷଣରେ ସାରା ସହର ପୁଣି ଥରେ ହୋଇ ଉଠିଛି ଚଳଚଂଚଳ।

ସବୁ ମେଢ଼ ଗୁଡିକ ବିଭିନ୍ନ ପ୍ରକାର ଆଲୋକ ସାଜସଜାରେ ଝଲସି ଉଠୁଥିବାବେଳେ ହୋମ ଯଜ୍ଞ, ଘଣ୍ଟ ଶଙ୍ଖ, ଧୂପ ଦ୍ୱୀପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସେପଟେ ସବୁ ବର୍ଷ ପରି ଏବର୍ଷ ରୁଗୁଡ଼ି ପୂଜା କମିଟିର ୨୪ ତମ ପୂଜା ଉତ୍ସବ ପାଳନ କରୁଛି। ଏହି ଅବସରରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ସ୍ବତନ୍ତ୍ର ରିତିନିତି ଅନୁସାରେ ଅନୁଷ୍ଠିତ ହେଉଛି। ମାଁ ଲକ୍ଷ୍ମୀ ଶସ୍ୟ ଓ ସମୃଦ୍ଧିର ଦେବୀ ହେବାସହ ଏହି ପର୍ବ ତଥା ଉତ୍ସବକୁ ଭକ୍ତି ଓ ଶ୍ରଦ୍ଧା ସହ ପାଳନ କଲେ ରୋଗ, ଶୋକ, ଅଭାବ, ଅନାଟନ ଦୂର ହୁଏ ଏବଂ ମାଁ ଲକ୍ଷ୍ମୀଙ୍କର ଆଶ୍ରିବାଦ ମିଳୁଥିବା ଆଶା ତଥା ବିଶ୍ୱାସ ରହିଛି। ଯାହାକୁ ନେଇ ସହର ହୋଇଉଠିଛି ଏବେ ଉତ୍ସବ ମୁଖର ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.