ରାୟଗଡରେ ଧୁମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି ଓ ପୋଙ୍ଗାଲ ଉତ୍ସବ

ଉତ୍ସବ ମୁଖର ହୋଇ ପଡିଛି ଭାଇଚାରର ସହର ରାୟଗଡ

Omkar Vasthu
Omkar Vasthu

ରାୟଗଡ,୧୪/୧ : ଭାରତୀୟ ପରମ୍ପରାର ମହାନ ପର୍ବ ହେଉଛି ମକର ସଂକ୍ରାନ୍ତି । ଭିନ୍ନ ଭିନ୍ନ ନାମରେ ପାଳନ କରାଯାଉଥିବା ଏହି ମକର ସଂକ୍ରାନ୍ତି ହିନ୍ଦୁମାନଙ୍କର ଏକ ଶ୍ରେଷ୍ଠ ପର୍ବ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ଭିନ୍ନ ଭିନ୍ନ ଢଙ୍ଗରେ ଆନନ୍ଦ ଉଲ୍ଳାସରେ ପାଳନ କରାଯାଇଥାଏ । ବିଶେଷ କରି ଓଡିଶାରେ ମକର ସଂକ୍ରାନ୍ତି ସମଗ୍ର ଓଡିଆଙ୍କ ଘରେ ଘରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରାଯାଇ ପିଠାପଣା, ମକର ଚାଉଳ ଦିଆଯାଇ ପାଳନ କରାଯାଉଥିବା ବେଳେ ରାୟଗଡା ଜିଲ୍ଳାରେ ମଧ୍ୟ ଏହି କ୍ରମରେ ବିଭିନ୍ନ ଦେବାଦେବୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାୟଗଡା ଜିଲ୍ଳା ସଦର ମହକୁମାରେ ଥିବା ଉମାଶଙ୍କର ହଲ ନିକଟସ୍ଥ ଶିବ ମନ୍ଦିର, ମହା କାଳେଶ୍ୱର ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ଅଧିଷ୍ଠ୍ରାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରଗୁଡିକରେ ସକାଳୁ ସକାଳୁ ଭିଡ ଦେଖିବାକୁ ମିଳିଥିଲା । ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଉତାରାୟଣ ଗତି ଆରମ୍ଭ ହୋଇଥାଏ । ପୈାଷ ମାସର ଏହି ସଂକ୍ରାନ୍ତି ତିଥିରେ ସୂର୍ଯ୍ୟ ଉତାରାୟଣ ହୋଇ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି ସମୟରେ ସମସ୍ତ ଦେବାଦେବୀ, ଯକ୍ଷ, ଗନ୍ଧର୍ବ, ନାଗ, କିନ୍ନର ଆଦି ଏହି ଅବଧିରେ ତୀର୍ଥରାଜ ପ୍ରୟୋଗରେ ଏକତ୍ରୀତ ହେବା ସହ ସଂଗମ ତଟରେ ସ୍ନାନ କରୁଥିବାରୁ ଏହି ସଂକ୍ରାନ୍ତିରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେହିପରି ଦକ୍ଷିଣ ଭାରତରେ ଏହି ପର୍ବ ପୋଙ୍ଗଲ ନାମରେ ପରିଚିତ ଥିବା ବେଳେ ଦକ୍ଷିଣ ଓଡିଶାର ରାୟଗଡା ଜିଲ୍ଳାରେ ତେଲୁଗୁ ସଂପ୍ରଦାୟର ବହୁ ପରିବାର ବସବାସ କରୁଥିବାରୁ ସମଗ୍ର ଜିଲ୍ଳାରେ ପୋଙ୍ଗଲକୁ ୩ ଦିନ ଧରି ପାଳନ କରାଯାଇଥାଏ । ପୋଙ୍ଗଲର ପୂର୍ବରାତିରେ କାଠଗଦାରେ ନିଆଁ ଲଗାଇ “ଭୋଗି” ପାଳନ କରାଯାଏ । ଏହି କ୍ରମରେ ରାୟଗଡ ସହରରେ ଥିବା ମା ମଙ୍ଗଳା ପେଣ୍ଠର ସଭାପତି ଆଇ.ସର୍ବେଶ୍ୱର ରାଓଙ୍କ ନେତୃତ୍ୱରେ ତେଲୁଗୁ ସଂପ୍ରଦାୟର ଲୋକେ ଏକାଠି ହୋଇ ସୋମବାର ରାତ୍ରରେ ଭୋଗୀ ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବ କାର୍ଯ୍ୟକ୍ରମରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର କଳାକାରମାନଙ୍କ ଗହଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ମହିଳାମାନଙ୍କ ଦ୍ୱାରା କରାଯାଇଥିବା ଖୋଲଟମ ନୃତ୍ୟରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁ୍ଗ୍ଧ ହୋଇଯାଇଥିବା ବେଳେ କାର୍ଯ୍ୟକ୍ରମ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମହିଳାମାନେ ପାରମ୍ପରିକ ନୃତ୍ୟ ସହ ସୁସଜ୍ଜିତ ଶଗଡ ଗାଡିରେ ନଗର ପରିକ୍ରମା କରାଯାଇଥିଲା ।

ପୋଙ୍ଗଲ ଦିନ ଘର ବାରଣ୍ଡାରେ ସୁନ୍ଦର ସୁନ୍ଦର ଝୋଟି ସହ ଘରଗୁଡିକରେ ସୁନ୍ଦର ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜାଇ ଯାଇଥାଏ । ଏବଂ ପିଠାପଣା, ଖିରି ଆସାରରେ ଦିନକୁ ବହୁତ ମଜ୍ଜା ଆନନ୍ଦ ଉଲ୍ଳାସରେ କଟାଇଥାନ୍ତି । ଏହି ପୋଙ୍ଗଲ ପାଇଁ ରାୟଗଡା ମୁଖ୍ୟ ବଜାରରେ ବହୁତ ଭିଡ ଦେଖିବାକୁ ମିଳିଥିଲା । ତେଲୁଗୁ  ସଂପ୍ରଦାୟରେ ପୋଙ୍ଗଲ ପର୍ବ ଏକ ମହାନ ପର୍ବ ହୋଇଥିବାରୁ ଏହି ଦିନ ମାନଙ୍କରେ ସୁନାଗହଣା ଇତ୍ୟାଦି କିଣିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଶେଷ ଦିନକୁ “କାନାମୁ”ବୋଲି କହିବା ସହ ଏହି ଦିନରେ ଘରକୁ ଆସିଥିବା କୁଣିଆମାନଙ୍କ ପାଇଁ ଆମିଷ ଭୋଜନ କରାଯାଇଥାଏ । ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ରାୟଗଡା ଜିଲ୍ଳାରେ ଏକ ଭାଇଚାରାର ପର୍ବଭାବେ ପରିଲିକ୍ଷିତ ହୋଇଥାଏ । ସମସ୍ତ ଜିଲ୍ଳାବାସୀ ଏହାକୁ ଖୁବ ମନଭରି ଉପଭୋଗ କରିଥାନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.