ସମାଜର ଗରିବ ଝିଅଙ୍କୁ ବିବାହ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଲେ ବଳରାମ ସିଂ ଯାଦବ
ସୋନପୁର/ସଇଁତଲା,୧୩/୧ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ବଳାରଙ୍ଗା ଗାଁରେ ଯାଦବ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି । ବିନିକା ବ୍ଲକ ସଭାପତି ଶୀତଳ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାର ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ସିଂ ଯାଦବ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ମହାସଭା ର ସନପୁର ଜିଲ୍ଲା ସମିତ ପୋଡଷୀ ବରଗଡ଼, ସମ୍ବଲପୁର ବୋୖଦ୍ଧ ରୁ ସମାଜ ବିଭିନ୍ନ ପଦରେ କାର୍ଯ୍ୟ କରୁଥିବା ଯାଦବ ଭାଇ ମାନେ ଯୋଗଦାନ କରିଥିଲେ । ସମାଜର ଗରିବ ଝିଅକୁ ଵିଵାହ ପାଇଁ ଆର୍ଥିକ ସହାୟତା ଯୋଗାଦେବା ପାଇଁ ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ ।
ରାମପୁର ପଂଚାୟତ ମହିଳା ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀ କୁମାରୀ ସ୍ୱରୁପ କାଣ୍ଡ ସ୍କୁଲ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ବିନିକା ବ୍ଲକର କର୍ମକର୍ତ୍ତା ଓ ବଳାରଙ୍ଗା ବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସୋନପୁରରୁ ସୁଶାନ୍ତ କୁମାର ସାହୁଙ୍କ ସହ ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in