ବିଦେଶୀ ମଦ ଦେକାନରେ ବିନା ରେଟ୍ଚାର୍ଟରେ ମଦ ବିକ୍ରି
କଲମପୁର,୧୭/୧ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳରେ ଦିନକୁ ଦିନ ସଟ୍ଟା ଖେଳ ବଢିବାରେ ଲାଗିଛି । ଏହି ସଟ୍ଟାଖେଳ ଏବେ କଲମପୁର ଫାଣ୍ଡି ଅଧିନରେ ଥିବା ଚୁରାଗାଁ, ବନ୍ଦକନା, ତେଣ୍ଡୁଲିଖୁଣ୍ଟି, ପାତ୍ରବସା, ପଣ୍ଡିଗାଁ, କେନ୍ଦୁଗୁଡା, ଇଚ୍ଛାପୁର, ଦେପୁର, କଲମପୁର ତଥା ଅଞ୍ଚଳରେ ସଟ୍ଟା ଏଜେଣ୍ଟ ମାନେ ନିଜର ପସରା ମେଲେଇ ଚାଲୁ ରଖିଥିବା ବେଳେ ପାତ୍ରବସା, କଲମପୁର ବେଲପଡା, ଇଚ୍ଛାପୁର ଭଲି ଅନେକ ଗାଁ ମାନଙ୍କରେ ଗଦି କରି ମାଲିକ ସାଜି ଲକ୍ଷଲକ୍ଷ ଟଙ୍କା କାରବାର କରି ନିଜର ସମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ସେହିପରି ବଡକୁଟ୍ରୁ ଫାଣ୍ଡି ଅଧିନରେ ଥିବା ବଡକୁଟ୍ରୁ, ବରଛି, ପାଣିଗାଁ, ଖଙ୍ଗାରଗୁଡା, ବିଜମରା, ଦୁଳକିବନ୍ଧ, ରଣମାଲ, ଟେମରି, ଅରେବେଡା, ନୁଆଁଗାଁ, ମଣ୍ଡଲ ପ୍ରଭୂତି ଗାଁ ମାନଙ୍କରେ ସଟ୍ଟା ଏଜେଣ୍ଟ ମାନେ ଦିନ ଦ୍ୱିପହରରେ ସଟ୍ଟା ଲେଖା ଗଦି କରି ଲକ୍ଷଲକ୍ଷ ଟଙ୍କା କାରବାର କରୁଥିବା ଗଦି ମାଲିକ ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ନିଜର କାୟା ବିସ୍ତାର କରି ଚାଲିଛନ୍ତି । ବର୍ଷବର୍ଷ ଧରି ଏହି ସଟ୍ଟା ଖେଲ ଚାଲି ଆସୁଥିବାରୁ ଅଞ୍ଚଳର ଲୋକେ ଏହି ସଟ୍ଟା ଖେଲ ଯୋଗୁଁ ଲକ୍ଷଲକ୍ଷ ଟଙ୍କା ହରେଇ ସର୍ବଶାନ୍ତ ହୋଇ ପରିବାର ମଧ୍ୟରେ ଅଶାନ୍ତି ବାତା ବରଣ ଦେଖାଯାଉଥିବା ସହ ପରିବାର ମଧ୍ୟରେ ଗଣ୍ଡଗୋଳ ବଢିବାରେ ଲାଗିଛି । ଏହି ସଟ୍ଟା ଖେଲକୁ ପୋଲିସ ଜାଣିସୁଣି ପ୍ରସୟ ଦେଉଥିବା ବିଶୟ ଏବେ ଅଞ୍ଚଳରେ ଚର୍ଚ୍ଚା ଯୋରଧରିଛି । ପୋଳିସ ଜାଣିଶୁଣି ନିରବ ଦ୍ରଷ୍ଠା ସାଜି ଚପାଇ ଦେଉଥିବା ଏବଂ କାର୍ଯ୍ୟାନୁଷ୍ଠାନ ଶୁନ୍ୟ ହେବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି । ସେହିପରି କଲମପୁର ବ୍ଲକ ଅଧିନସ୍ତ ବର୍ଚ୍ଛି ଏବଂ କଲମପୁର ଠାରେ ଲାଇସେନ୍ସ ପ୍ରାପ୍ତ ଦେଶି ମଦଭାଟି ଦୁଇଟି ରହିଥିବାବେଳେ ପାତ୍ରବସା, ଭେଲାଗାଁ ଓ ମଣ୍ଡଲ ଠାରେ ସବ୍ ବ୍ରାଞ୍ଚ ଥିବା ଜଣାପଡିଛି, ଏବଂ ବିଜମରା, କଲମପୁର, ମଣ୍ଡଲ ଠାରେ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଥିବାବେଳେ କଲମପୁର ମୁଖ୍ୟ ରାସ୍ତାର କେନ୍ଦ୍ର ସ୍ଥଳରେ ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି । ଏତିକି ବ୍ୟବସ୍ଥା ରହିଥିବା ସତ୍ତେ ମଧ୍ୟ କଲମପୁର ଅଞ୍ଚଳକୁ ଜୁନାଗଡ ଅଞ୍ଚଳର ଦେଦର ଦେଶୀ ମଦ ଭାଟିରୁ ଦୈନିକ ବେପାରି ମାନେ ମଦ ଆଣି ପ୍ରତି ଗାଁ ଗହଲି, ଗଲି କନ୍ଦିରେ ବେନିୟମ କାରବାର କରି କାୟା ବିସ୍ତାର କରିବାରେ ଲାଗିଛି । ଉଭୟ ପୋଲିସ ଓ ଅବକାରୀ ବିଭାଗ ସ୍ଥାଣୁ ପାଲଟିଥିବାବେଳେ କୌଣସି ପଦକ୍ଷେପ ନିଆଯାଇ ପରୁନାହିଁ । ଯାହାରି ଫଳରେ ସବୁଠି ଏହି ବେନିୟମ କାରବାର ଅନୟସରେ ଦିନଦ୍ୱି ପହରରେ ଚାଲୁରହିଛି । ବିଭାଗୀୟ ଅଧିକାରୀ ମାନେ ବର୍ତ୍ତମାନ ସଜାଗ ହୋଇ ଏହି ବେନିୟମ କାରବାରକୁ ରୋକ ନଲାଗାଇଲେ ଆଗାମୀ ଦିନରେ ଏହାର କାୟ ବିସ୍ତାର କରିବା ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ଅନ୍ୟପକ୍ଷେ ବିଦେଶୀ ଠିପି ବନ୍ଦ ଦେକାନ ମାନଙ୍କରେ ରେଟ୍ ଚାର୍ଟ୍ଟ ମାରି ମଦ ବିକ୍ରି କରିବା ପାଇଁ ସରକାରୀ ନିୟମ ରହିଥିବାବେଳେ ସେସବୁ ନିୟମକୁ ଉଲଘଂନ କରି ରେଟ୍ଚାର୍ଟ ଠାରୁ ଅଧିକ ରେଟ୍ରେ ମଦ ବିକ୍ରି କରୁଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି । ଏ ନେଇ ଆମେ ଜୟପାଟଣା ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ପ୍ରଧାନକୁ ପଚାରିବାରୁ ଏସବୁ ବିଷୟ ମୋ ନଜରକୁ ଆସି ନାହିଁ, ମୁଁ ଜାଣିଲାପରେ ନିଶ୍ଚୟ ତାର କାର୍ଯ୍ୟାନୁଷ୍ଠାନ ନିଆ ଯିବବୋଲି କହିଥିଲେ ।
କଲମପୁର ପ୍ରତିନିଧି ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
_________________________________________




