ଗଣମାଧ୍ୟମ ପାଇଁ ଜାରି ହେଲା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା

ଭୁବନେଶ୍ୱର,୨୧/୩: କରୋନା ସଂକ୍ରମିତ ରୋଗୀଙ୍କ ସମ୍ପର୍କିତ ସମସ୍ତ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ପ୍ରକାଶନ ଓ ପ୍ରସାରଣରେ ଗୋପନୀୟତା ରକ୍ଷା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ସରକାରଙ୍କ କୋଭିଡ-୧୯’ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ମହାମାରୀ ରୋଗ ଅଧିନିୟମ ୧୮୯୭ର ଧାରା-୨ ଓ ନିୟମ-୧୭ ଅନୁଯାୟୀ କରୋନା ଭାଇରସ୍ ରୋକିବା ପାଇଁ ଭାରତୀୟ ପ୍ରେସ୍ କାଉନସିଲ୍ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିଛନ୍ତି।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ଛାପା, ବୈଦ୍ୟୁତିକ, ୱେବ ପୋର୍ଟାଲ କିମ୍ବା ସାମାଜିକ ଗଣମାଧ୍ୟମ କରୋନା ଭୁତାଣୁ ସଂକ୍ରମିତ କିମ୍ବା ପ୍ରଭାବିତ ବ୍ୟକ୍ତିଙ୍କ ନାଁ, ଠିକଣା, ପିତାମାତା, ସମ୍ପର୍କୀୟ, ଚିକିତ୍ସା କରୁଥିବା ଡାକ୍ତର ଓ ସହାୟକ ମେଡିକାଲ କର୍ମଚାରୀଙ୍କ ପରିଚୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିପାରିବେ ନାହିଁ। ସେହିପରି କୌଣସି ଗଣମାଧ୍ୟମ କରୋନା ପ୍ରଭାବିତ ରୋଗୀ, ତାଙ୍କ ପିତାମାତା, ସମ୍ପର୍କୀୟ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସାକ୍ଷାତକାର କୌଣସି ରୂପରେ ଗ୍ରହଣ କରିବେ ନାହିଁ କି ପ୍ରକାଶ କରିବେ ନାହିଁ। ଏହି ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ କଲେ ଆଇପିସିର ଧାରା-୧୮୮ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯିବ।

______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.