କରୋନା ମହାମାରୀ ସମୟରେ ରକ୍ତଦାନ ସେବା

ଭୁବନେଶ୍ୱର: ଅଧୁନା କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ରକ୍ତଦାନ ସେବା ଦିଗରେ ତଥା ବ୍ଲଡବ୍ୟାଙ୍କମାନଙ୍କରେ ରକ୍ତର ଅଭାଵ ପରିଲକ୍ଷିତ ହେଉଥିବାବେଳେ କମିଶନରେଟ ପୋଲିସ, ଭୁବନେଶ୍ବର ଦ୍ୱାରା ପବିତ୍ର ଉତ୍କଳ ଦିବସରେ ଆର୍ମଡ୍ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଦିନିକିଆ ରକ୍ତଦାନ ଶିବିର ଆୟୋଜନ କରିଥିଲେ।

Omkar Vasthu
Omkar Vasthu

ଅନେକ ସ୍ୱେଚ୍ଛାସେବୀ ଆସି ରକ୍ତଦାନ ମହାସେବାରେ ଅଂଶଗ୍ରହଣ କରିଥିବା ଵେଳେ ଅଗ୍ରଣୀ ଅନୁଷ୍ଠାନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ,ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ମନକରପୁର ଗ୍ରାମର ସମାଜସେବୀ ସୁନୀଲ ମହାପାତ୍ର ସୁଦୂର କେନ୍ଦ୍ରାପଡ଼ା ସହରରୁ ଆସି କମିଶନରେଟ ପୋଲିସର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରକ୍ତଦାନ କରିଥିଲେ। ତାଙ୍କର ଏପରି ସାଧୁ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ମ୍ୟାନେଜିଙ୍ଗ ଟ୍ରଷ୍ଟି ଇଂ ବିମଳ ଦାସ, ଉପ ସଭାପତି ଇଂ କମଲେଶ ମିଶ୍ର, ସହ ସଂପାଦକ ସୁରଜ ବେହେରା ତଥା ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ସାଧୁବାଦ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୁନୀଲ ଜଣେ ଯୁବ ସମାଜସେବୀ ଅଟନ୍ତି। କମିଶନରେଟ ପୋଲିସର ଏପରି ସାଧୁ ଉଦ୍ୟମକୁ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ପକ୍ଷରୁ ଭୁୟସୀ ପ୍ରଶଂସା କରାଯାଇଛି। କରୋନା ସଟ୍ ଡାଉନ୍, ଲକ୍ ଡାଉନ୍ ପରେ ରକ୍ତଦାନ ସେବାକୁ ପୁଣି ପୂର୍ବପରି ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନିତ୍ୱ କରାଯିବ ବୋଲି ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ସମାଜସେବୀ ଶିବ ପ୍ରସାଦ ଦାସ ଜଣାଇଛନ୍ତି। ଅଧୁନା ରକ୍ତଦାନ ସେବାକୁ ସମସ୍ତ ଅନୁଷ୍ଠାନ ମଧ୍ୟ ଯଥାରୀତି ସରକାରଙ୍କ ନିୟମାନୁସାରେ ସଂପାଦନ କରୁଥିବାରୁ ସମସ୍ତଙ୍କୁ ମ୍ୟାନେଜିଙ୍ଗ ଟ୍ରଷ୍ଟି ସାଧୁବାଦ ଜଣାଇଛନ୍ତି।।

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.