କଳାହାଣ୍ଡି,୨୪/୪: କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରି ଛକ ନିକଟରେ ଥିବା ମହାନ୍ତି ଫୁଏଲ୍ସ ପରିସରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୪୫ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏହି ଫୂଏଲ୍ସ ପରିସରରେ ଥିବା ଏକ ପିକଅପ୍ ଭ୍ୟାନରେ ପ୍ଲାଷ୍ଟିକ ଜାରରେ ଭତ୍ତି ହେଇ ପେଟ୍ରୋଲ, ଡ଼ିଜେଲ ବୋଝେଇ ହେଇଥିଲା । ସେହି ପିକଅପ୍ ଭ୍ୟାନରେ ନିଆଁ ଲାଗିଯିବା ଫଳରେ ନିକଟରେ ଥିବା ବ୍ରାହ୍ମଣପଡ଼ା ଓ ଚାରିଛକ ପଡ଼ାର ଜନସାଧାରଣ ଏକତ୍ରିତ ହେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶଶୀଭୂଷଣ ପ୍ରହରାଜ ପୋଲିସ, ଦମକଳ ବାହିନୀ, ତହସିଲଦାର ଓ ବିଡ଼ିଓଙ୍କୁ ଖବର ଦେଇଥିଲେ ।
ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ, ମ.ରାମପୁର ତହସିଳଦାର ସୟଦ ଇସାକ ମଦିନା, ବିଡ଼ିଓ ରୁମାନ ଜାଫ୍ରି,ଆଇଆଇସି ଗୋବିନ୍ଦ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ । ପ୍ରାୟ ଏକ ଘଂଟାର ଉଦ୍ୟମ ପରେ ନିଆଁ ଆୟତ୍ତ ହେବା ସହିତ ଏକ ବଡ଼ଧରଣର ଦୁର୍ଘଟଣାରୁ ଉକ୍ତ ଅଂଚଳବାସୀ ରକ୍ଷା ପାଇଥିଲେ ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in