ଚାନ୍ଦିଲି ପାହାଡ଼ରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ : ଅନେକ ମାଓ ସାମଗ୍ରୀ ଜବତ

ବଲାଙ୍ଗିର,୨୪/୪ : ଜିଲ୍ଲାର ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ମାଓବାଦିଙ୍କ ସହ ଗୁଳି ବିନିମୟ ପରେ ଏକ କ୍ୟାମ୍ପରୁ ମାଓ ସାମଗ୍ରୀ ଜବତ ହୋଇଥିବା ଆଜି (ଶୁକ୍ରବାର) ସୂଚନା ଦେଇଛନ୍ତି ବଲାଙ୍ଗିର ଆରକ୍ଷ ଅଧିକ୍ଷକ ସନ୍ଦୀପ ସମ୍ପତ୍ ।

ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ମାନେ କ୍ୟାମ୍ପ କରିଥିବା ସୂଚନା ପାଇ ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ୍)ର ଦୁଇଟି ୟୁନିଟ ଗତକାଲି ସକାଳ ୯ଟା ବେଳେ କମ୍ବିଂ ଅପରେସନରେ ବାହାରିଥିଲେ । ଲାଠୋର ଥାନା ଅନ୍ତର୍ଗତ ବରତିଆ ଓ ସୁନାମୁଦି ଗ୍ରାମ ନିକଟ ଜଙ୍ଗଲରେ ସେମାନେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯବାନମାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଜବାବ ଦେଇଥିଲେ ।

ପ୍ରାୟ ୧୫/୨୦ ମିନିଟ ଗୁଳି ବିନିମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲକୁ ପଳାୟନ କରିଥିଲେ । ସେମାନେ ରହୁଥିବା କ୍ୟାମ୍ପରୁ ଯବାନମାନେ କିଛି ଗୁଳି ସହ ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ । କ୍ୟାମ୍ପରେ ପ୍ରାୟ ୧୦/୧୨ ଜଣ ମାଓବାଦୀ ଥିଲେ । ଏମାନେ ସିପିଆଇ-ମାଓବାଦୀର ବିବିଏମ ଡିଭିଜନ କ୍ୟାଡର ବୋଲି ଏସପି କହିଛନ୍ତି ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଲା ନନ୍ଦ ବଗର୍ତ୍ତ ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.