ପୁଣି ୬ଶ୍ରମିକ ରେଳଧାରଣା ଦେଇ ରାୟଗଡରେ ପଂହଚିଲେ
ଉଦ୍ଧାର କରି ସଂଗରୋଧ କେନ୍ଦ୍ରରେ ରଖିଲା ପ୍ରଶାସନ
ରାୟଗଡ,୨୬/୪: ପୁଣି ୬ଜଣ ଶ୍ରମିକ ରେଳ ଧାରଣା ବାଟ ଦେଇ ଚାଲି ଚାଲି ଦୀର୍ଘ କିଲୋମିଟର ଅତିକ୍ରମ କରି ରାୟଗଡ ଦେଇ ଯାଉଥିବା ବେଳେ ଉଦ୍ଧାର କରିଛି ଜିଲ୍ଳା ପ୍ରଶାସନ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଶୋକ କଲ୍ୟାଣ ମଣ୍ଡପ ସଂଗରୋଧ କେନ୍ଦ୍ରରେ ଆଶ୍ରୟ ଦିଆଯାଇଥିବା ଜଣାପଡିଛି । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଓଡିଶାର ବଲାଙ୍ଗିର ଜିଲ୍ଳା ଅନ୍ତର୍ଗତ ଟିଟିଲାଗଡ ଅଭିମୁଖେ ଯାଉଥିବା ଭୀମ ବାଗ, ନିରେନ ବାଗ, ରୋମାଂଚଳ ଛତର ଓ କ୍ରିଷ୍ଣସିନ୍ଧୁ ବାଗ ୪ଜଣ ଏବଂ ବିଜୟୱାଡାରୁ ରାୟଗଡ ଜିଲ୍ଳା କୋଲନରା ଢେପ ସାହିର ସୁଶାନ୍ତ ଚିନ୍ତାଡା ଓ ମୋହନ ବିଡିକା ୨ଜଣଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ଟିଟିଲାଗଡ ଅଭିମୁଖେ ଯାଉଥିବା ୪ଜଣ ଶ୍ରମିକ ବିଶାଖାପାଟଣାମ ଠାରୁ ଗତ ୨୦ତାରିଖରେ ବାହାରିଥିବା ବେଳେ ବିଜୟୱାଡାରୁ କୋଲନରା ଅଭିମୁଖେ ୨ଜଣ ଶ୍ରମିକ ମାନେ ମଧ୍ୟ ୨୦ତାରିଖରେ ବାହାରିଥିଲେ ବୋଲି ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in