ବିଜୁ ଯୁବ ବାହିନୀ ପକ୍ଷରୁ ଜିଲ୍ଲା ରେଡ କ୍ରସ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ

କଳାହାଣ୍ଡି, ୭/୫: ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବ ବାହିନୀ ପକ୍ଷରୁ କରୋନା ମୁକାବିଲା ପାଇଁ ଜିଲ୍ଲା ରେଡ କ୍ରସ ପାଣ୍ଠିକୁ ୪ ହଜାର ଏକ ଶତ ଟଙ୍କାର ଆର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏହି ଦାନ ଅର୍ଥ ପ୍ରଦାନ କରିଥିଲେ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଓ ସଦସ୍ୟ । ଏହି ସମୟରେ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସୁରେନ୍ଦ୍ର ତ୍ରିପାଠୀ, ବିଜୁ ଯୁବ ବାହିନୀ କଳାହାଣ୍ଡି ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା,ମହମ୍ମଦ ଇସମାଇଲ, କିଶୋର ଗହୀର, ମହମ୍ମଦ ମୋସିମ, ନବୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଏଠାରେ ସୂଚନା ଯୋଗ୍ୟଯେ, କରୋନା ସଂକଟ ଓ ଲକଡାଉନକୁ ଦୃଷ୍ଟିରେ ରଖି ବିଜୁ ଯୁବ ବାହିନୀ ପକ୍ଷରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସେବା କାର୍ଯ୍ୟ ଓ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ଭାବରେ ଭବାନୀପାଟଣା ସହରରେ ବିଜୁ ଯୁବ ବାହିନୀ ଦ୍ବାରା ଅସହାୟ ଗରିବ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ମାସ୍କ, ସାବୁନ, ସାନିଟାଇଜର ଆଦି ବଣ୍ଟନ କରାଯାଇଛି । ଏହାସହ ୱାର୍ଡରୁ ୱାର୍ଡକୁ ଯାଇ ଲୋକଙ୍କ ମଧ୍ୟରେ କରୋନା ସଚେତନତାର ବାର୍ତ୍ତା ପ୍ରଚାର କରି ଆସୁଛି ବିଜୁ ଯୁବ ବାହିନୀ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.