କଳାହାଣ୍ଡି,୮/୧: କର୍ଲାମୁଣ୍ଡା ବ୍ଲକର ଗଜବାହାଲ ଗ୍ରାମ ପଞ୍ଚାୟତ ଅଫିସ ରେ ‘କାଳିଆ’ ଯୋଜନା ପାଇଁ ହିତାଧିକାରୀମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।ଦୁଇ ଦିନ ହେଲା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଚାଷୀମାନେ ନିଜର କାମଧନ୍ଦା ଛାଡି ପଞ୍ଚାୟତ ଅଫିସ ସମ୍ମୁଖରେ ଆବେଦନ ଫର୍ମ ପାଇଁ ଅପେକ୍ଷାରେ ରହୁଛନ୍ତି। ଏପରିକି ସନ୍ଧ୍ୟା ହୋଇଯାଉଛି, ହେଲେ ସମସ୍ତଙ୍କୁ ଫର୍ମ ମିଳୁନାହିଁ । ଫର୍ମ ନପାଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କେତେକ ବ୍ୟକ୍ତି ପଞ୍ଚାୟତ ପରିସରରେ ଗୋଟିଏ କାଳିଆ ଯୋଜନା ପାଇଁ ଆବେଦନ ଫର୍ମ ପୂରଣ କରି ୧୦ ରୁ ୧୫ ଟଙ୍କା ନେଇ ଗରିବ ଚାଷୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।