କଳାହାଣ୍ଡି ଯୁବଲେଖକ ସମାବେଶ ତରଫରୁ ସ୍ୱଭାବ କବି ଜୟନ୍ତୀ

କଳାହାଣ୍ଡି,୬/୮: ସ୍ୱଭାବ କବି ଗଙ୍ଗାଧର ମେହେର ନିଜ ଜୀବନ କାଳ ମଧ୍ୟରେ ସାହିତ୍ୟ ସାଧନା କରି ସାରା ବିଶ୍ୱ ପାଇଁ ଅମୂଲ୍ୟ ସାହିତ୍ୟ କୃତି ଛାଡି ଯାଇଛନ୍ତି। ପାରିବାରିକ ସମସ୍ୟା ଓ ଦାରିଦ୍ର‌୍ୟ ଗଙ୍ଗାଧରଙ୍କ ପ୍ରତିଭାକୁ ଗୌଣ କରିପାରିନଥିଲା, ବରଂ ଦାରିଦ୍ର‌୍ୟର କଷାଘାତରେ ତାହା ଆହୁରି ପ୍ରସ୍ଫୁଟିତ ହୋଇଥିଲା। ଯାହାର ଫଳଶ୍ରୁତି ଆଜି ସମଗ୍ର ବିଶ୍ୱ ଚେତନାରେ ଗଙ୍ଗାଧର ସାହିତ୍ୟ କାଳଜୟୀ ସାହିତ୍ୟର ମାନ୍ୟତା ପାଇପାରିଛି ବୋଲି ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂଗଠନ କଳାହାଣ୍ଡି ଯୁବଲେଖକ ସମାବେଶ ପକ୍ଷରୁ ଆୟୋଜିତ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

କଳାହାଣ୍ଡି ଯୁବଲେଖକ ସମାବେଶ ତରଫରୁ ଆୟୋଜିତ ଏହି ଭର୍ଚୁଆଲ୍ ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଓ ଲେଖକ ତଥା ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟ ଗାଳ୍ପିକ ତଥା ‘ମହୁରି’ ଓ ‘ସମୟର ଆକାଂକ୍ଷା’ର ସଂପାଦକ ସୁକାନ୍ତ ସାହୁ ଯୋଗଦେଇ ମେହେର ସାହିତ୍ୟ ଉପରେ ସବିଶେଷ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ଡ. ସୁଶୀଳ କୁମାର ବାଗ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କବି ଓ ପ୍ରଶାସକ ତଥା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଯୁବଲେଖକ ସମାବେଶର ଆବାହକ ସୁଶୀଲ କୁମାର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ କଳାହାଣ୍ଡି ଯୁବଲେଖକ ସମାବେଶର ଅନ୍ୟତମ ଆବାହକ ସୁଧୀର କୁମାର ଧଙ୍ଗଡାମାଝୀ। ଯୁବଗାଳ୍ପିକ ଡିଲେଶ୍ୱର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କବିତାଗୁଡିକର ସମୀକ୍ଷା କରିଥିଲେ ଅଧ୍ୟାପିକା ଡ. ରିଙ୍କି ପ୍ରଧାନ। ଏଥିରେ କଣ୍ଠଶିଳ୍ପୀ ଚିନ୍ମୟୀ ବୈଠାରୁ ମେହେର ସଙ୍ଗୀତ ପରିବେଷଣ କରିଥିଲେ। କବି ମିନତୀ କୁମାରୀ ପ୍ରଧାନ, ସୁମତି ମୁଣ୍ଡ, ଅର୍ଜୁନ ଗୋପାଳ, ପରମା ନାଏକ, ଯୁଧିଷ୍ଠିର ମୁଦୁଲି, ସାବିତ୍ରୀ ମହାରଣା, କର୍ଣ୍ଣ ଗହୀର, କାଜଲ ମହାରଣା, ରମଣ କୁମାର ନାଗ, ପଞ୍ଚାନନ ଜାଲ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.