ରକ୍ତଦାନର ମହତ୍ବକୁ ଭଲ ଭାବରେ ବୁଝିଲେଣି ଲୋକେ 

ଗ୍ରାମାଞ୍ଚଳରୁ ହେଉଛି ଆଶାନୁରୂପ ରକ୍ତ ସଂଗ୍ରହ

ନାନ୍ଦୋଲ ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଜୁନାଗଡ,୭/୮: କରୋନା ସଂକଟ ମଧ୍ୟରେ କଳାହାଣ୍ଡି ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ସବୁ ଆୟୋଜିତ ହୋଇଆସୁଛି। ପୂର୍ବାପେକ୍ଷା ସାଧାରଣ ଜନତା ରକ୍ତଦାନର ମହତ୍ବ ଉପଲବ୍ଧି କରି ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେହିକ୍ରମରେ ଆଜି ଜୁନାଗଡ଼ ବ୍ଲକର ନାନ୍ଦୋଲ ଠାରେ କଳାହାଣ୍ଡି ଆରକ୍ଷ ଅଧିକ୍ଷକଙ୍କ ତତ୍ବାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଥାନା କର୍ମଚାରୀ ତଥା ସ୍ଥାନୀୟ ସରପଞ୍ଚ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଶିବିରରେ ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଶିବିରରେ ନାନ୍ଦୋଲ ସରପଞ୍ଚ ମମତା କର, ସମାଜସେବୀ ଯତୀନ୍ଦ୍ର କର, ହାଡ଼ିବନ୍ଧୁ ବିଶ୍ବାଳ, ହିମାଂଶୁ ଭୁଷଣ ପୂଝାରୀ, ବିନୟ କୁମାର ସାହୁ, ରାଜେନ୍ଦ୍ର ଗଡତିଆ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.