ରାଷ୍ଟ୍ର ନିର୍ମାଣରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ -ଗୁରୁ ଅକ୍ଷୟ କୁମାର ଓଝା

କଟକ: କଳା, ସାହିତ୍ୟ, ସଂସ୍କୃତିର ମହତ ଅନୁଷ୍ଠାନ ‘ସରସ୍ୱତୀ କଳା ପରିଷଦ’, କଳାବିହାର, କନ୍ଦରପୁର, କଟକ ପକ୍ଷରୁ ପବିତ୍ର ଗୁରୁ ଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମାଜିକ ଦୂରତା ରଖି ପାଳନ କରାଯାଇଛି। ଏହି ଉତ୍ସବରେ କୋମଳମତି ଛାତ୍ରଛାତ୍ରୀଵର୍ଗ ପୂଜ୍ୟ ଗୁରୁଜୀ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଗୁରୁଜୀ ଅକ୍ଷୟ କୁମାର ଓଝା, ଗୁରୁମା ରେଶମା ରାଉତ, ଗୁରୁମା ସୁଇଟି ଭୋଇ, ଗୁରୁଜୀ ଇଂ.ଅମୀୟ ରଂଜନ ପଟ୍ଟନାୟକ ପ୍ରମୁଖ ବରେଣ୍ୟ ଗୁରୁବରମାନଙ୍କୁ ପୂଜନ କରାଯାଇ ଆଶିଷ ଭିକ୍ଷା କରାଯାଇଛି।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୨ତମ ଜୟନ୍ତୀ ପାଳନ ସହ ତାଙ୍କ ଆଦର୍ଶ, ଶିକ୍ଷକତା ଜୀବନର ଗୁରୁତ୍ୱ, ପୁରାଣ ବର୍ଣ୍ଣିତ ଗୁରୁଶିଷ୍ୟ ପରମ୍ପରା ସମ୍ପର୍କ ଉପରେ ଆଲୋଚନା ଓ ଗୁରୁବନ୍ଦନା କରାଯାଇଥିଲା। ହରପ୍ରିୟା ହାତୀ , ପ୍ରିୟାଂଶୀ ସାହୁ, ଅର୍ପିତା ରାଉତ, ଶୁଭାକାଂକ୍ଷୀ ଭୋଇ, ଦୀପ୍ତିରେଖା ଦାଶ, ବୈଜୟନ୍ତି ସାହୁ, ସୁହାନୀ ସାହୁ, ସ୍ବୀକୃତି ପଟ୍ଟନାୟକ, ସୋନାଲି ପଟ୍ଟନାୟକ, କରଣ ଭୋଇ, ସତ୍ୟବ୍ରତ ଭୋଇ, ହେମନ୍ତ ଭୋଇ, ଶଶିକାନ୍ତ ଓତ୍ତା, ମନୋରଞ୍ଜନ ସାହୁ, ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜା କରିଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.