
ଦୟାନିଧି ବଗର୍ତ୍ତି
ମନେପଡେ ଆଜିବି ସେ ଦିନ
ବନ୍ଧୁ ମେଳରେ ଆକାଶେ ଉଡୁଥିଲା ମନ
କେତେ ଖୁସି ଗପ କେତେ ଥଟ୍ଟା ମଜା
ଅସମ୍ଭବ କଥାକୁ ବି ଭାବି ଦେଖୁଥିଲେ ଦିବାସ୍ୱପ୍ନ ।।
କେତେବେଳେ ଚା ଖଟି କେତେବେଳେ ସିନେମା
ତ କେତେବେଳେ ହନୁମାନ୍ ବାଟିକା ଭ୍ରମଣ
ସମ୍ପର୍କ ଥିଲା ହ୍ରୁଦୟର ଏତେ ଗଭୀର
କିଏ କହୁଥିଲା ତୁମେ ରାମ ହେଲେ ମୁ଼ଁ ଲଖ୍ମଣ ।।
ମନେପଡେ ଆଜିବି କଲେଜ୍ ଛକର ସେଇ ରାମୁଭାଇ ଗୁପ୍ ଚୁପ୍ ବାଲା
କାହାରି ପକେଟେ ପଇସା ନ ଥାଇ
ବାରବାର ଗୁପ୍ ଚୁପ୍ ଖାଇ
କହୁଥିଲେ ରାମୁଭାଇ ଆଜିର ବାକି ରହିଲା ।।
ତୁମେମାନେ ସେଠି ମୁଁ ଏଠି
ପାଞ୍ଚଶହ କିଲୋମିଟର୍ ଦୂରରେ
ଫୋନ୍ ରେ କଥା ହେଲେବି ଯେତେ ମନ ବୁଝେନା
କ’ଣ କରିବା କାହାକୁ କହିବା
ଏମିତି ବିତେଇବାକୁ ହେବ ଜୀବନ ଏଇ ଲକ୍ ଡାଉନ୍ ପରିସ୍ଥିତିରେ ।।
Lecturer in Botany
OMSIST COLLEGE RAJGANGPUR, SUNDERGARH






