କିସ ଶିକ୍ଷାନୁଷ୍ଠାନ ପକ୍ଷରୁ ଟି ସାର୍ଟ ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଯେଉଁ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟର ବୃହତ ଆବାସିକ ଶିକ୍ଷାନୁଷ୍ଠାନ କିସ ରେ ଅଧ୍ୟୟନରତ ଅଛନ୍ତି କରୋନା ମହାମାରୀ ଲାଗି ବର୍ତମାନ ଘରେ ରହି ପାଠ ପଢୁଛନ୍ତି । ଏହି ତାଳବନ୍ଦ ସମୟରେ କିସ ଶିକ୍ଷାନୁଷ୍ଠାନ ପକ୍ଷରୁ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଦେବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ପିଲାଙ୍କୁ ପାଠ ପଢିବାକୁ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଆଜି ବିଶ୍ୱ ମାନଚିତ୍ର ରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଥିବା ଡ଼. ଅଚ୍ୟୁତ ସାମନ୍ତ ଙ୍କ ଅଗ୍ରଣୀ ଶିକ୍ଷାନୁଷ୍ଠାନ କିସ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ପଢିବା ପାଇଁ ନୂତନ ସୁଯୋଗ ଦେଇଛି ବୁଧବାର କିସ ର ଏକ ପ୍ରତିନିଧି ଦଳ କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କାଦୋପଦର ଗ୍ରାମରେ ପହଞ୍ଚିଥିଲେ କଳାହାଣ୍ଡି କିସ ର ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ପ୍ରଧାନଙ୍କ ସଭାପତିତ୍ୱ ରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ଅବସରରେ ୨୧ ଜଣ ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ଓ ଟି ସାର୍ଟ ବଣ୍ଟନ କରାଯାଇଛି ପୂର୍ବରୁ ଏହି ପିଲାଙ୍କୁ ପାଠ୍ୟ ପୁସ୍ତକ ପୋଷାକ ଦିଆଯାଇଛି। ବିଧାୟକ ଡ଼କ୍ଟର ଅଚ୍ୟୁତ ସାମନ୍ତ ଆଦିବାସୀ ପିଲାଙ୍କ ପାଇଁ ଆଶା ର କିରଣ ତାଙ୍କ ପ୍ରଚେଷ୍ଟା ରେ ଆଜି ହଜାର ହଜାର ଛାତ୍ର ଛାତ୍ରୀ ନିଜ ଭବିଷ୍ୟତ ଗଢିବା ସହ ଶିକ୍ଷା କ୍ଷେତ୍ରରେ ଆଗକୁ ଆସିଛନ୍ତି। ଏଣୁ ଓଡିଶା ପାଇଁ ସେ ଗର୍ଵ ଓ ଗୌରବ ବୋଳି କହିଥିଲେ ଏହା ବ୍ୟତୀତ କିସ ର ଶିକ୍ଷକ ଦିଲିପ ପଳେଇ ଆଦିତ୍ୟ ସାହୁ ଜିଲ୍ଲା ଅଭିଭାବକ ସଂଘ ସଭାପତି କୂଳଧର ଶବର ଉପ ସଭାପତି ସନ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.