ସଡ଼କ ଦୁର୍ଘଟଣା: ବାଇକ ଧକ୍କାରେ ଯୁବକ ଗୁରୁତର, ଚାଳକ ଫେରାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ନଙ୍ଗଲବେଡା ଗ୍ରାମର ବିଜୟ ହରିଜନଙ୍କ ପୁଅ ରିମାନ୍ତ ହରିଜନ (୨୨)ଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ଗୁରୁତର ଆହତ ଯୋଗୁଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ନଙ୍ଗଲବେଡା ଗ୍ରାମର ବିଜୟ ହରିଜନଙ୍କ ପୁଅ ରିମାନ୍ତ ହରିଜନ ନିଜ ଗାଁ ପାଖରେ ରାସ୍ତା କଡରେ ଚାଲି ଚାଲି ଯାଉଥିବାବେଳେ ଲାଞ୍ଜିଗଡ଼ ଠାରୁ ବିଶ୍ୱନାଥପୁର ରାସ୍ତାରେ ଯାଉଥିବା ଏକ ପେସନପ୍ଲସ ବାଇକ ରିମାନ୍ତକୁ ପଛପଟୁ ଧକ୍କା ଦେଇଥିଲା। ରିମାନ୍ତ ରକ୍ତାକ୍ତ ହୋଇ ତଳେ ପଡିଯିବା ଦେଖି ଘଟଣା ସ୍ଥଳରେ ବାଇକ ଛାଡି ଚାଳକ ଫେରାର ହୋଇ ଯାଇଥିଲା।ଗାଁ ଲୋକ ସାଙ୍ଗେ ସାଙ୍ଗେ ଲାଞ୍ଜିଗଡ଼ ମେଡ଼ିକାଲ ଆଣି ଭର୍ତ୍ତି କରିଥିଲେ।କିନ୍ତୁ ଅବସ୍ଥା ଗୁରୁତର ଯୋଗୁଁ ୧୦୮ ଆମ୍ବୁଲାନ୍ସ ଦ୍ବାରା ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.