କଳାହାଣ୍ଡି: କର୍ଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସମିତି ସଭ୍ୟ ସଭ୍ୟା ଗତ ମଙ୍ଗଳବାର ଦିନ ଠାରୁ ଗଣଧାରଣାରେ ବସିଛନ୍ତି।ସୂଚନା ଅନୁସାରେ ଗତ ୩୧ ଡିସେମ୍ବର ୨୦୧୯ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା ଶ୍ରୀମତି ଅମ୍ରିତା ସାହୁଙ୍କ ନାମରେ ଅନାସ୍ତା ପ୍ରସ୍ତାବ ଭୋଟ ଗ୍ରହଣ କରଯାଇଥିଲା, କିନ୍ତୁ ଶ୍ରୀମତୀ ସାହୁ ମାନ୍ୟବର ଉଚ୍ଚ ନିୟାଳୟରୁ ସ୍ଥଗିତ ନିର୍ଦ୍ଧେଶ ନାମା ଆଣି ଭୋଟ ଗଣତିକୁ ସ୍ଥଗିତ ରଖିଥିଲେ। ପୁଣି କିଛିଦିନ ଗଲାପରେ ୬ ମଇ ୨୦୨୦ ରିଖ ଆସ୍ଥା ଭୋଟ ଗଣତି ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ନାମା ଜାରି କରିଥିଲେ କିନ୍ତୁ ପୁଣିଥରେ ଶ୍ରୀମତୀ ସାହୁ ହାଇକୋର୍ଟରୁ ବରଖାସ୍ତ ଆଣି ଭୋଟ ଗଣତି ଫଳାଫଳକୁ ରୋକ ଲଗେଇଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ୩୧ ଅଗଷ୍ଟ ୨୦ ରିଖ ରିଖ ମାନ୍ୟବର ଉଚ୍ଚ ନିୟାଳୟ ଭୋଟ ଗଣତି ଓ ଫଳାଫଳ ଘୋଷଣା କରିବା ପାଇଁ କଳାହାଣ୍ଡି ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶନାମା ଜାରିକରିଥିଲେ ହେଲେ ଆଜିକୁ ପ୍ରାୟ ୧ମାସ ବିତିଥିଲେ ମଧ୍ୟ ଫଳାଫଳ ଘୋଷଣା କରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି ରେଗେଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀ। ଯଦି ଫଳାଫଳ ଘୋଷଣା ତୁରନ୍ତ କରାନଯାଏ ତାହେଲେ ଗଣ ଧାରଣା ତୀବ୍ର ହେବ ବୋଲି ବ୍ଲକ ଉପଧାକ୍ଷା ଆନନ୍ଦିନୀ ଭୋଇ ପ୍ରକାଶ କରିଛନ୍ତି। ଏଥିରେ ସମିତି ସଭ୍ୟ ସିମାଞ୍ଚଳ ଭୋଇ, ଅରବିନ୍ଦ ଚୌଧୁରୀ, ଆନନ୍ଦିନୀ ଭୋଇ, ହିମାନ୍ଦ୍ରି ରଣା ପ୍ରମୁଖ ନେତୃତ୍ବ ନେଇଥିଲେ।
Report: Nabin Kishor Sahu, Narla AC Correspondent OdiaBarta.in





