୯୮ ଚିହ୍ନଟ ପରେ ୬୦୮୬ରେ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୩ ମୃତ

ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ରାୟଗଡ: ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ପଜିଟିଭଙ୍କ ସଂଖ୍ୟା । ରବିବାର ଦିନ ପୁଣି ୯୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଳାରେ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୬୦୮୬ରେ ପଂହଚିଛି । ଏହି ୯୮ଜଣଙ୍କ ମଧ୍ୟରେ ୬୧ଜଣ ପୁରୁଷ ଓ ୩୭ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ଜିଲ୍ଳାରେ କରୋନାଜନିତ ମୃତ୍ୟୁରେ ୩୩ଜଣ ଜୀବନ ହାରିଥିବା ବେଳେ ୭୧୨ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୫୩୪୧ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଳାର ବିଷମକଟକ ବ୍ଳକରୁ ସର୍ବାଧିକ ୩୨ଜଣ ଚିହ୍ନଟ ହୋଇଥିବା ବେଳେ କାଶିପୁରରୁ ୧୮, ମୁନିଗୁଡାରୁ ୧୩, କୋଲନରାରୁ ୯, ଗୁଡାରୀ ଓ ଗୁଣପୁର ପୈାରାଂଚଳରୁ ୭ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି । ସେହିପରି ରାମନାଗୁଡା ଓ ରାୟଗଡ ଗ୍ରାମାଂଚଳରୁ ୪ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଗ୍ରାମାଂଚଳରୁ ୩ ଓ ରାୟଗଡ ପୈାରାଂଚଳରୁ ଜଣେ ମୋଟ ୯୮ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ଜିଲ୍ଳାରେ ବର୍ତମାନ ଏମାନଙ୍କୁ ମିଶାଇ ୬୪୯ଜଣ ଆକ୍ରାନ୍ତ ହେଲେଣି । ସେହିପରି ୫୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୩ଜଣ ଚିକିତ୍ସିତ ହେଉଥିବା ନେଇ ଜିଲ୍ଳା ପ୍ରଶାସନ ସୂଚନା ଦେଇଛି । ରବିବାର ଚିହ୍ନଟଙ୍କ ମଧ୍ୟରେ ୫୮ଜଣ କଂଟାକ୍ଟ ଟ୍ରେସିଂ, ୩୭ଜଣ ଆଇଏଲଆଇ/ସାରି ଲକ୍ଷଣରୁ ଏବଂ ୩୬ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ପ୍ରଶାସନ ତରଫରୁ ସୂଚନା ମିିଳିଛି । ସେପ୍ଟେମ୍ବରରେ ଅନଲକ୍‌-୪ ଯୋଗୁଁ କୋଭିଡ କଟକଣାରେ କିଛି ମାତ୍ରାରେ କୋହଳ କରାଯାଇଥିବାରୁ ରାୟଗଡ ଜିଲ୍ଳାରେ କୋଭିଡ ଗାଇଡଲାଇନକୁ କିଛି ଅମାନିଆ ଲୋକେ ଗୁରୁତ୍ୱ ଦେଉ ନ ଥିବାରୁ ଜିଲ୍ଳାରେ ଧୀରେ ଧୀରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଳାର ବିଭିନ୍ନ ପୋଲିସ ଥାନା ଅଂଚଳରେ ପୋଲିସ ପକ୍ଷରୁ ମାସ୍କ ପରିଧାନ କରୁ ନ ଥିବା ନିୟମ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ସେମାନଙ୍କୁ ତାଗିଦ କରାଯାଉଥିବା ବେଳେ ଜିଲ୍ଳା ପ୍ରଶାସନ ତରଫରୁ ଗାଇଡଲାଇନ ମାନି ଚଳିବାକୁ ନିବେଦନ କରାଯାଉଛି ତଥାପି କୋଭିଡ୍ ନିୟମକୁ ଖିଲାପ କରାଯାଉଥିବାରୁ ଏହି ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.