ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ ପ୍ରସଙ୍ଗ: ଶବ ରଖି ଗ୍ରାମବାସୀଙ୍କ ରାସ୍ତା ରୋକ, ୧୭ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ

ଅଭିଯୁକ୍ତ ମୋହନ ମାଝୀ ପୋଲିସ ଦ୍ବାରା ଗିରଫ

ଲାଞ୍ଜିଗଡ଼: ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ଲାଞ୍ଜିଗଡ଼ ଥାନା ନଙ୍ଗଲବେଡା ଗାଁର ସ୍ବର୍ଗତ ବିଜୟ ହରିଜନଙ୍କ ପୁଅ ରିମାନ୍ତ ହରିଜନ (୨୨)ଙ୍କ ଶନିବାର ମୃତ୍ୟୁ ଘଟିଥିଲା।ଏହାପରେ ଶନିବାର ସନ୍ଧ୍ୟାରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି ଲାଞ୍ଜିଗଡ଼-ବିଶ୍ୱନାଥପୁର ରାସ୍ତାକୁ ଅବରୋଧ କରିଥିଲେ।ଘଟଣା ସ୍ଥଳରେ ଶନିବାର ରାତିରେ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ଏସଆଇ ବିପିନ କୁମାର କୂଳଦୀପ, ଏଏସଆଇ ରମାରମ ମିଶ୍ର ଟିମଙ୍କ ସହିତ ପହଞ୍ଚି ୭ ଘଣ୍ଟା ଧରି ବୁଝା ସୁଝା କରିଥିଲେ ମଧ୍ୟ ପରିବାର କି ଗାଁ ଲୋକେ ଶୁଣିନଥିଲେ। ରବିବାର ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ଯୋଗୁଁ ୧୭ ଘଣ୍ଟା ପରେ ଲୋକେ ଧାରଣାରୁ ଉଠିଥିଲେ।

ପ୍ରକାଶ ଯେ, ଗତ ବୁଧବାର ସନ୍ଧ୍ୟାରେ ରିମାନ୍ତ ତାଙ୍କ ଗାଁ ପାଖ ରାସ୍ତା କଡରେ ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ (ଓଆର-୦୮ଏଫ୍-୫୧୪୧)ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ଓ ପରେ ସେଠାରୁ ବୁର୍ଲା ନିଆ ଯାଇଥିଲା। ଏପଟେ ବାଇକ ଚାଳକ ବିଶ୍ୱନାଥପୁର ନିକଟସ୍ଥ ଭିର୍କାପଡାର ମୋହନ ମାଝୀଙ୍କୁ ପୁଲିସ ପଚରା ଉଚରା କରିଥିଲେ। ନିଜ ପାଖରେ ପଇସା ନଥିବା ଯୋଗୁଁ ବନ୍ଧୁ ବାନ୍ଧବଙ୍କୁ ମାଗି ରିମାନ୍ତଙ୍କ ମେଡ଼ିକାଲ ଖର୍ଚ୍ଚ ବାବଦକୁ କିଛି ଟଙ୍କା ଦେବି କହି ପୁଲିସକୁ କହି ଫେରାର ହୋଇ ଯାଇଥିଲା। ଅନ୍ୟପଟେ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ମଧ୍ୟ ମେଡ଼ିକାଲ ଖର୍ଚ୍ଚ ପାଇଁ ନିଜ ପକେଟରୁ ପଇସା ଦେବି ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗାଁ ଲୋକେ ମଧ୍ୟ ୨୦ ହଜାର ଚାନ୍ଦା କରି ବୁର୍ଲାକୁ ପଠାଇ ଥିଲେ। ଶନିବାର ବୁର୍ଲାରୁ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ସମୟରେ କେସିଙ୍ଗାଠାରେ ରିମାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକେ ରିମାନ୍ତଙ୍କ ମୃତ ଦେହକୁ ଆଣି ଦୁର୍ଘଟଣା ସ୍ଥାନରେ ରଖି ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ୧୭ ଘଣ୍ଟା ଧରି ଅବରୋଧ କରିଥିଲେ। ପରବର୍ତ୍ତି ସମୟରେ ଘଟଣା ସ୍ଥଳରେ ଲାଞ୍ଜିଗଡ଼ ତହସିଲଦାର ଶ୍ରୀ ହୁନ୍ନାଙ୍ଗା, ଲାଞ୍ଜିଗଡ଼ ଥାନା ଅଧିକାରୀ ଶ୍ରୀ ପାତ୍ର ଛତ୍ରପୁର ସରପଞ୍ଚ ରାଜିବ ମାଝୀ ଲୋକଙ୍କୁ ବୁଝାଇ ସରକାରଙ୍କ ପକ୍ଷରୁ ୨୦ ହଜାର ଟଙ୍କା ଓ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରବିବାର ଦିନ ୧୧ଟା ୪୫ ମିନିଟରେ ଲୋକେ ଧାରଣାରୁ ଉଠିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଅଣାଯାଇ ଥିଲା। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟ ପଟେ ଅଭିଯୁକ୍ତ ମୋହନ ମାଝୀକୁ ରବିବାର ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ ମାଝୀଙ୍କ ନେତୃତ୍ୱରେ ବିଶ୍ୱନାଥପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.