ଯୁଗଯାତ୍ରୀ ସାହିତ୍ୟ ସଂସଦର ପୂର୍ବ ଉପ-ସଭାପତି ପରମାନନ୍ଦ ଅଗ୍ରୱାଲଙ୍କ ପରଲୋକ

କଳାହାଣ୍ଡି: ଯୁଗଯାତ୍ରୀ ସାହିତ୍ୟ ସଂସଦର ଜଣେ ବରିଷ୍ଠ ସଦସ୍ୟ ତଥା ଉପସଭାପତି, କୋଷାଧ୍ୟକ୍ଷ ପରମାନନ୍ଦ ଅଗ୍ରୱାଲ (୫୯)ଙ୍କ ଆଜି ପରଲୋକ ହେଇଯାଇଛି । କଟକ ଠାରେ ତାଙ୍କର ପରଲୋକ ପରେ ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆରମ୍ଭରୁ ନିଜକୁ ଯୁଗଯାତ୍ରୀ ସାହିତ୍ୟ ସଂସଦ ସହିତ ଜୀବନର ଶେଷ ପର୍ଯ୍ୟନ୍ତ ଜଡ଼ିତ ରହିଥିଲେ । ସାହିତ୍ୟ ନିଜେ ସୃ୍‌ଷ୍ଟି କରୁନଥିଲେ ବି ଆରମ୍ଭରୁ ହିଁ ଏହି ସାହିତ୍ୟ ସଂସଦ ପ୍ରତି ତାଙ୍କରି ଅନୁରକ୍ତି କିଛି ବର୍ଷ ପାଇଁ ନୁହେଁ ବରଂ ସେ ସାରା ଜୀବନ ଗୋଟିଏ ଅନୁଷ୍ଠାନ ସହିତ ଅଙ୍ଗାଙ୍ଗି ଭାବରେ ଜଡ଼ିତ ରହିବା ତାଙ୍କରି ସାହିତ୍ୟ ଅନୁଷ୍ଠାନ ପ୍ରତି ଆନ୍ତରିକତାର ଏକ ବଳିଷ୍ଠ ନମୁନା । ତାଙ୍କରି ଦୁଇ ପୁତ୍ର ଅମିତ ଅଗ୍ରୱାଲ ଏବଂ ସୁମିତ ଅଗ୍ରୱାଲ ରହିଥିବାବେଳେ ତାଙ୍କରି ବିୟୋଗରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମ ଲୋଚନା ମିଶ୍ର, ସଂପାଦକ ହେମନ୍ତ ସାହୁ, କୋଷାଧ୍ୟକ୍ଷ ଉଦୟ ନାଏକ, ଉପସଭାପତି ସୁରେନ୍ଦ୍ର ମହାଖୁଡ଼, ବରିଷ୍ଠ ସଦସ୍ୟ ପବନ କୁମାର ମହାଲିକ, ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର, ସତ୍ୟଜିତ ଚାଟାର୍ଜୀ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.