ଟ୍ରକ – ଇନୋଭା ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୨ମୃତ, ୨ଗୁରୁତର

ରାୟଗଡ: ମହାମାରୀ କରୋନା ବିପତି ସମୟରେ ଧାର୍ମିକ ସ୍ଥଳଗୁଡିକରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ଏହି ନିୟମକୁ ଉଂଲଘନ କରି ପର୍ଯ୍ୟଟକମାନେ ପରିଦର୍ଶନ ପାଇଁ ଆସୁଛନ୍ତି । ତେବେ ସୁରଖୁରରେ ଘରେ ପଂହଚିବା ପରିବର୍ତେ ସଡକ ଦୁର୍ଘଟଣାରେ ଜୀବନ ହାରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳାରେ । ରାୟଗଡ – କେରେଡା ମୁଖ୍ୟ ରାସ୍ତାରେ ମଙ୍ଗଳବାର ଦିନ ଏକ ଟ୍ରକ ସହ ଇନୋଭା କାର ମୁହାଁମୁହିଁ ଧକ୍କା ହେବା ଫଳରେ ଇନୋଭା କାରରେ ବସିଥିବା ୨ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆହାତ ମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ନିକଟସ୍ଥ ଜେମାଦେଇପେଣ୍ଠ ଓ ପରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆହାତମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବିଶାଖାପାଟଣମକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୃତକମାନେ ହେଲେ ଇନୋଭା କାର ଡ୍ରାଇଭର ଏମ.ରାମୁ (୨୪) ଓ ଏଲ.ସୁମନ୍ତ କୁମାର (୨୪) ଏବଂ ଗୁରୁତର ଆହାତ ହୋଇ ବିଶାଖାପାଟଣମ୍ ସ୍ଥାନାନ୍ତର ହୋଇଥିବା ଦୁଇଜଣ ହେଲେ କେ.ଅଭିଶେଖ ଓ କେ.ଭେଙ୍କେଟେଶ । ମିଳିଥିବା ସୂଚନା ପ୍ରକାରେ ପଡୋଶୀ ଗଜପତି ଜିଲ୍ଳାର କାଶିନଗର ଥାନା ଅନ୍ତର୍ଗତ କିଡିଙ୍ଗ ଗ୍ରାମର କେ.ଅଭିଶେଖ, କେ.ଭେଙ୍କେଟେଶ, ଏମ.ଶ୍ରୀଧର, ଏଲ.ସୁମନ୍ତ କୁମାର, ସିଦ୍ଧୁ, ହେମଗିରି, କେ.ଶେଷଗିରି ଓ ଡ୍ରାଇଭର ଏମ.ରାମଙ୍କୁ ମିଶାଇ ୮ଜଣ ଯୁବକ ରାୟଗଡ ସହରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦର୍ଶନ ଏବଂ ମୁଣ୍ଡନ କାର୍ଯ୍ୟ ନିମନ୍ତେ ମଙ୍ଗଳବାର ଦିନ ରାୟଗଡକୁ ଇନୋଭା କାର (ଓଡି୧୦ସି-୧୧୩୩)ଯୋଗେ ପଂହଚିଥିଲେ ।

Udyog Nursery
Udyogi Nursery

ମନ୍ଦିରରେ ୩ଜଣ ଯୁବକ ମୁଣ୍ଡନ ହେବା ପରେ ସେମାନେ ରାୟଗଡ ସହରରୁ ଏକ ହୋଟେଲରୁ ମଧ୍ୟାହ୍ନ ଭୋଜନ ପାର୍ସଲ କରି ୧୫କିଲୋମିଟର ଦୂରରେ ଥିବା ଶେଷଖାଲ ଥାନା ଅନ୍ତର୍ଗତ ବୈରାଗୀହାଲୁଆ ନିକଟସ୍ଥ ଗଦଗଦା ଜଳପ୍ରପାତ ବଣଭୋଜି ସ୍ଥାନକୁ ଯାଇଥିଲେ । ସେଠାରୁ ଅପରାହ୍ନରେ ଫେରୁଥିବା ବେଳେ ରାୟଗଡରୁ କେରଡା ଅଭିମୁଖେ ଯାଉଥିବା ଏକ ବକ୍ସାଇଟ ବୋଝେଇ ଟ୍ରକ (ସିଜି୦୯ଜେଇ-୭୧୨୪) ସହ ସ୍ଥାନୀୟ ସାନହାମସା ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ରାମୁ ଓ ସୁମନ୍ତ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହାତ ହୋଇଥିଲେ । ଘଟଣାସ୍ଥଳରେ ଶେଷଖାଲ ଥାନା ପୋଲିସ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.