ୟୁରିୟା ସାର ପାଇଁ ଶହ ଶହ ଲୋକଙ୍କ ସମାଗମ

ଆବଶ୍ୟକତା ଠାରୁ କମ ସାର ଯୋଗାଣ, ବାଣ୍ଟିବା ବନ୍ଦ କଲା ପେକ୍ସ

କଳାହାଣ୍ଡି: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତକାଲି ରିଷିଡା ପ୍ରାଥମିକ କୃଷି ସମବାୟ ସମିତିକୁ ୟୁରିୟା ସାର ପହଞ୍ଚିଥିଲା । ଏ କଥା ପ୍ରଘଟ ହେବା ପରେ ଆଜି ବଡି ଭୋରରୁ ରିଷିଡା ସାର ଗୋଦାମ ସମୁଖରେ ଶହ ଶହ ଚାଷୀ ଠୁଳ ହୋଇଥିଲେ । ରିଷିଡା ପେକ୍ସ ଅଧିନସ୍ଥ ୪ଟି ପଞ୍ଚାୟତର ଲୋକେ ଏତେ ସଂଖ୍ୟାରେ ଠୁଳ ହୋଇଥିଲେ ଯେ ୧୨ଶହରୁ ଅଧିକ ଲୋକଙ୍କ ଆଧାର କାର୍ଡର ଜେରକ୍ସ ଦାଖଲ ହୋଇଥିଲା । ଏତେ ସଂଖ୍ୟକ ଚାଷୀଙ୍କୁ କିପରି ସାର ଦେବେ, ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପେକ୍ସ କତୃପକ୍ଷ ।ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ ମଧ୍ୟ ଆସି ଚାଷୀଙ୍କୁ ସାର ଯୋଗାଇଦେବାକୁ ଦାବୀ କରିଥିଲେ । ଅଧିକ ସାର ପେକ୍ସକୁ ଆସୁ ବୋଲି ମଧ୍ୟ ଦାବୀ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶଥାଉକି ବର୍ତ୍ତମାନ ମାତ୍ର ୬୮୦ ପ୍ୟାକେଟ ୟୁରିୟା ସାର ଆସୁଥିବା ବେଳେ ଚାଷୀଙ୍କ ଆବଶ୍ୟକତା ଏଠାରୁ ଢେର ଅଧିକ ।ଆହୁରି ୨ ଟ୍ରିପ ୟୁରିଆ ସାର ର ଆବଶ୍ୟକ ଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଧାନଚାଷରେ ତୃତୀୟ ପର୍ୟାୟ ୟୁରିୟା ସାର ର ଅଭାବ ଦେଖାଦେଉଛି । କେତେକ ସ୍ଥାନରେ ଡିଲର,ରିଟେଲର ଏହାର ସୁଯୋଗ ନେଇ ୨୬୬ ଟଙ୍କାରେ ମିଳୁଥିବା ୟୁରିୟାକୁ ୬ଶହ ଟଙ୍କାରେ ମଧ୍ୟ ବିକ୍ରି କରୁଥିଲେ । ତେବେ ତୁରନ୍ତ ୟୁରିୟା ସାର ଯୋଗାଇବା ସହ ସମସ୍ତ ଚାଷୀଙ୍କୁ ଠିକ ଭାବରେ ବଣ୍ଟନ କରିବା ପାଇଁ ଦାବୀ ହୋଇଛି ।

Udyog Nursery
Udyogi Nursery

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.