୬୬ ଚିହ୍ନଟ ପରେ ରାୟଗଡ ଜିଲ୍ଳାରେ ୬୪୪୭ରେ ପଂହଚିଲା ପଜିଟିଭ୍‌ଙ୍କ ସଂଖ୍ୟା

ରାୟଗଡ: ରାୟଗଡ ଜିଲ୍ଳାରେ ପୁଣି ୬୬ଜଣ ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୪୭ରେ ପଂହଚିଛି । ରାୟଗଡ ଜିଲ୍ଳାରୁ ବର୍ତମାନ ସୁଦ୍ଧା ୩୪ଜଣ କରୋନାଜନୀତ ମହାମାରୀରେ ପ୍ରାଣ ହାରିଥିବା ବେଳେ ୫୬୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୭୨୬ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ୬୬ଜଣଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଓ ୨୪ଜଣ ମହିଳା ଆକ୍ରାନ୍ତ ରହିଥିବା ବେଳେ ୭ଜଣ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ଜିଲ୍ଳାରେ ଏହି ୭ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ମୋଟ ୭୦୯ ଜଣ କରୋନା ଯୋଦ୍ଧା ଆକ୍ର୍ରାନ୍ତ ହୋଇଥିବା ବେଳେ ୫୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ବଳକା ୧୭୩ଜଣ ଚିକିତ୍ସିତ ହେଉଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି କଂଟାକ୍ଟ ଟ୍ରେସିଂରୁ ୨୦, ଆଇଏଲଆଇ/ସାରି ଲକ୍ଷଣରୁ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି ଏବଂ ରାଜ୍ୟର ଗଂଜାମ ଓ ବୈାଦ୍ଧ ଜିଲ୍ଳାକୁ ଗସ୍ତ କରି ଫେରିଥିବା ୨ ଜଣଙ୍କ ଗସ୍ତ ତଥ୍ୟ ମିଳିଥିବା ନେଇ ସୂଚନା ଦେଇଛି ଜିଲ୍ଳା ପ୍ରଶାସନ ।

ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୨୪ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଗ୍ରାମାଂଚଳ ଓ କଲ୍ୟାଣସିଂହପୁର ବ୍ଳକରୁ ୧୦ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡ ବ୍ଳକ ଅନ୍ତର୍ଗତ ଗ୍ରାମାଂଚଳରୁ ୮, ବିଷମକଟକରୁ ୭, ରାୟଗଡ ସହରାଂଚଳରୁ ୬ ଓ କୋଲନରାରୁ ଜଣେ ମୋଟ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡ ସହରରେ ଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପଜିଟିଭ୍ ଚିହ୍ନଟ ହେବା ପରେ ସେପ୍ଟେମ୍ବର ୧୭ ଓ ୧୮ତାରିଖ ଦୁଇ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରଖିବାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଜାରି କରିଥିବା ସୂଚନା ମିିଳିଛି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.