ଆନ୍ଧ୍ର ରାସ୍ତାର ଶୋଚନୀୟ ଅବସ୍ଥାରେ ପ୍ରଭାବିତ ହେଉଛି ଓଡ଼ିଶାର ଏହି ଜିଲ୍ଲା

କାଦୁଅ ଖାଲଖମା ଭରା ଆନ୍ଧ୍ରର କୁନେର-ଗୁମୁଡା ମୁଖ୍ୟ ରାସ୍ତା, ଚୁପ ରହିଛି ଆନ୍ଧ୍ର ପ୍ରଶାସନ

ଦୁର୍ଦ୍ଦଶା ଭୋଗୁଛନ୍ତି ଗାଡି ଚାଳକ ଓ ବାଧାପ୍ରାପ୍ତ ହେଉଛି ପରିବହନ ଏବଂ ସ୍ୱାସ୍ଥ୍ୟ ସେବା

ରାୟଗଡ: ଆନ୍ଧ୍ର-ଓଡିଶା ସୀମାନ୍ତରେ ଆନ୍ଧ୍ର ରାଜ୍ୟର ରାସ୍ତାଘାଟ ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । ଫଳରେ ଏହି ରାସ୍ତା ଦେଇ ଦୈନିକ ଯାତାୟାତ କରୁଥିବା ଶହ ଶହ ମାଲବାହୀ ଗାଡି ସମେତ ଆନ୍ତଃରାଜ୍ୟ ବସ ଚଳାଚଳ ଠାରୁ ଆରମ୍ଭ କରି ଅନେକ ପରିବହନ ଓ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି । ବିଶେଷ କରି ଦକ୍ଷିଣ ଭାରତରୁ ଆନ୍ଧ୍ର ଦେଇ ଓଡିଶାକୁ ପ୍ରବେଶ କରୁଥିବା ଓ ଓଡିଶାର ରାୟଗଡ ଜିଲ୍ଳା ସୀମାନ୍ତ କେରଡା ଦେଇ ଆନ୍ଧ୍ରର ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଯାନବାହାନ ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଳା ଅନ୍ତର୍ଗତ ଗୁମୁଡା ଠାରୁ କୁନେର ପର୍ଯ୍ୟନ୍ତ ପାଖାପାଖି ୨୦ କିଲୋମିଟର ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା ଏବେ ମରଣାଯନ୍ତା ପାଲଟିଛି । ପିଚୁ ଉଠି ଯାଇଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଏହି ମୁଖ୍ୟ ରାସ୍ତାରେ କାଦୁଅ ଓ ଖାଲଖମା ଭରି ରହିଛି । ଆନ୍ଧ୍ର – ଓଡିଶାକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ରାଂଚି ବିଜୟୱାଡା କରିଡର ଭାବେ ମଧ୍ୟ ଜଣାଶୁଣା ।

ରାୟଗଡ ଜିଲ୍ଳାର ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ଓ କଳାହାଣ୍ଡି ଜିଲ୍ଳାର ବେଦାନ୍ତ ଆଲୁମିନା କମ୍ପାନୀ ସହ ଛତିଶଗଡ, ଝାରଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନଗୁଡିକରୁ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ମାଲ ରପ୍ତାନୀ ଓ ଆମଦାନି ନିମନ୍ତେ ଏହି ରାଂଚି-ବିଜୟୱାଡାର କରିଡର ଏକ ମୁଖ୍ୟ ରାସ୍ତା ପାଲଟିଛି । ତେବେ ରାୟଗଡ ଜିଲ୍ଳା ସଦର ମହକୁମା ଠାରୁ ସୀମାନ୍ତ କେରଡା ଚେକ ପୋଷ୍ଟ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା ଏକ ପ୍ରକାର ଭଲ ରହିଥିବା ବେଳେ ଓଡିଶା ସୀମାନ୍ତ ଶେଷ ପରେ ଆରମ୍ଭ ହୋଇଥିବା ଆନ୍ଧ୍ର ପ୍ରଦେଶର କୁନେରୁ ଠାରୁ ଗୁମୁଡା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଦୟନୀୟ ଅବସ୍ଥାରେ ରହିଛି । ରାୟଗଡ ଜିଲ୍ଳାବାସୀ ଜରୁରୀକାଳନୀ ସମୟରେ ଉଚ୍ଚ ଚିକିତ୍ସା ନିମନ୍ତେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ, ବିଜୟନଗରମ ଓ ବିଶାଖାପାଟଣମର ହସ୍ପିଟାଲଗୁଡିକ ଉପରେ ନିର୍ଭର କରୁଥିବା ବେଳେ ମୁଖ୍ୟ ରାସ୍ତା ଖରାପ ଥିବାରୁ ରୋଗୀ ଉଚିତ ସମୟରେ ହସ୍ପିଟାଲରେ ପଂହଚି ନ ପାରୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କେବଳ ସ୍ୱାସ୍ଥ୍ୟ ସେବା ହିଁ ନୁହେଁ ରାୟଗଡ ସହରକୁ ପଡୋଶୀ ବିଜୟନଗରମ ଜିଲ୍ଳାର ବିଭିନ୍ନ ଅଂଚଳରୁ ପନିପରିବା, କ୍ଷୀର, ମାଛ ଆଦି ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀଗୁଡିକ ବଜାରୀକରଣ ନିମନ୍ତେ ଆସୁଥିବା ବେଳେ ଏହି ରାସ୍ତା ଖରାପ ଯୋଗୁଁ ତାହା ବି ଠିକ ସମୟରେ ପଂହଚି ପାରୁ ନ ଥିବାରୁ ସହରବାସୀ ସତେଜ ସାମଗ୍ରୀ ପାଇବାରୁ ବଂଚିତ ହେଉଛନ୍ତି ।

ବିଶେଷ କରି ମାଲବାହୀ ଟ୍ରକଗୁଡିକ ପରିବହନ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । କାଦୁଅ ପଚପଚ ଖାଲଢିପ ଭରା ଏହି ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ କିମ୍ବା ଅନ୍ୟ କୈାଣସି ଗାଡି ଫସିଗଲେ ଅନ୍ୟ ଗାଡିଗୁଡିକ ପାଇଁ ଯାତାୟାତ କ୍ଷେତ୍ରରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଉଭୟ ପଟ କିଛି ଘଂଟ ମଧ୍ୟରେ ଶତାଧିକ ଗାଡିଗୁଡିକ ଠିଆ ହୋଇ ରହିଯାଇଥାନ୍ତି । ଏହି ରାସ୍ତା ଉପରେ ନିର୍ଭର କରି ଆସୁଥିବା ରାୟଗଡ ଜିଲ୍ଳା ଟ୍ରକ ଆସୋସିଏସନ୍ ତରଫରୁ ଆନ୍ଧ୍ର ପ୍ରଶାସନ ପାଖେ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି ସୁୁଫଳ ମିଳୁ ନ ଥିବାରୁ ଟ୍ରକ ଡ୍ରାଇଭରମାନେ ନିଜେ ବାଲି, ମାଟି ପଥର ପକାଇ ଉକ୍ତ ରାସ୍ତାର ଖାଲଖମାକୁ ଭରି ଥିବା ମଧ୍ୟ ନଜିର ରହିଛି । ତଥାପି ବିଜୟନଗରମ ଜିଲ୍ଳା ପ୍ରଶାସନ ଏ ଦିଗରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଅପରପକ୍ଷେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳରେ ଯାତ୍ରୀ ସେବା ମଧ୍ୟ ବନ୍ଦ ଥିବାରୁ ଏହି ମୁଖ୍ୟ ରାସ୍ତା ଦେଇ ରାୟଗଡରୁ ଆନ୍ଧ୍ରକୁ ଯାଉଥିବା ଓ ଆନ୍ଧ୍ରରୁ ରାୟଗଡ ଦେଇ ଓଡିଶାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.