ଗଛରେ ପିଟିହେଲା ମାଲ ବୋଝେଇ ଟ୍ରକ, ଚାଳକ ଗୁରୁତର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଢେପଗୁଡା ଜଙ୍ଗଲଠାରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଥିବା ବେଳେ ଚାଳକ ଗୁରୁତର ଭାବେ ମେଡ଼ିକାଲରେ ବର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ଭୋର ସାଢେ୩ ଟାରେ ବିଶାଖାପାଟଣା ଠାରୁ ଝାରସୁଗୁଡା ଯାଉଥିବା ଏକ ମାଲ ବୋଝେଇ ଟଲର (ଓଡ଼ି୧୪ଜି-୪୩୧୭) ଲାଞ୍ଜିଗଡ଼ ବ୍ଲକ ଢେପଗୁଡା ଜଙ୍ଗଲ ଠାରେ ଚାଳକ ମନୋଜ ମଣ୍ଡଳଙ୍କର ଆଖି ଲାଗିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ହେଲ୍ପର ବିନୋଦ ମଣ୍ଡଳ କରିଛନ୍ତି। ହେଲେ ଚାଳକ ମନୋଜଙ୍କୁ ଗୁରୁତର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ଭବାନୀପାଟଣା ମେଡ଼ିକାଲକୁ ଚିକିତ୍ସିତ ପାଇଁ ପଠାଯାଇଥିବା ବିନୋଦ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.