ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ବ୍ରହ୍ମପୁର ଏମକେସିଜି କଲେଜ ସ୍ଥାନାନ୍ତର

ରାୟଗଡ: କ୍ଷେତରେ କାମ କରୁଥିବା ବେଳେ ଏକ ଭାଲୁପଲ ଆଗରେ ହାବୁଡେଇ ଲହୁୁୁୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଜଣେ ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମରେ । ଗୁରୁତର ଆହାତ ହୋଇଥିବା ଯୁବକ ଜଣକ ହେଲେ ଜଗଦୀଶ ମାଝି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ଜଗଦୀଶକୁ ପ୍ରଥମେ ସ୍ଥାନୀୟ ପ୍ରାଥମିକ ଚିକିତ୍ସାଳୟ ଓ ପରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ଏମକେସିଜି କଲେଜକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତ୍ୟେକ ଦିନ ପରି ସୋମବାର ସକାଳେ ଜଗଦିଶ ନିଜ ଜମିକୁ ଚାଷ କରିବା ପାଇଁ ଯାଇଥିଲେ । ଉକ୍ତ ସମୟରେ ତାଙ୍କ ଚାଷଜମି ପାର ହୋଇ ତିନୋଟି ଭାଲୁ ଯାଉଥିବା ବେଳେ ଜଗଦୀଶ ସେମାନଙ୍କ ମୁହାଁମୁହିଁ ହୋଇଥିବାରୁ ୩ଟି ଭାଲୁ ଜଗଦିଶଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜଗଦୀଶଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ହୋଇଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହୋଇ ଜଗଦୀଶ ଗୁରୁତ ହୋଇ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଭାଲୁମାନଙ୍କୁ ଘଉଡାଇ ପରେ ଜଗଦିଶକୁ ଉଦ୍ଧାର କରାଯାଇ ମେଡିକଲକୁ ପଠାଯାଇଥିବା ସୂଚନା ମିଳିଛି ।

Udyog Nursery
Udyogi Nursery

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.