ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଜିଲ୍ଲାରେ କୋଭିଡ ମୃତ୍ୟୁ ସଂଖ୍ୟା ୧୮ – ଆଖି ବୁଜିଲେ ଡ଼ା. ଦେବାଶିଷ ପାତ୍ର

ନୂଆପଡା: ସଦରଠୁ ମାତ୍ର ୧୦ କିଲୋମିଟର ଦୂର ଖରିଆର ରୋଡ ଏନ.ଏ.ସି. ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ରୂପେ କାର୍ଯ୍ୟ କରୁ ଥିବା ଡ଼ ଦେବାଶିଷ ପାତ୍ର ଗତ କିଛି ଦିନ ତଳେ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଥିଲେ। ତାଙ୍କ ସହ ତାଙ୍କ ବାପା ମଧ୍ୟ କୋଭିଡ ପଜିଟିଭ ଚି଼ହ୍ନଟ ହେବା ପରେ ଉଭୟ ଙ୍କୁ ଭୁବନେଶ୍ୱର ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଡ଼ାକ୍ରର ପାତ୍ର ଙ୍କ ପ୍ଲାଜ୍ମା ଥିଓରୋପି ଚାଲିଥିବା ସମୟରେ ଆଖି ବୁଜି ଥିବା ନୂଆପଡା ସି.ଡି.ଏମ.ଓ. ଡ଼ା. କାଳିଚରଣ ବେହେରା ସୂଚନା ଦେଇଛନ୍ତି।

ଡ଼ାକ୍ତର ପାତ୍ର ଗତ ସ୍ୱାଧୀନତା ଦିବସ ଅବସରରେ ପୂର୍ବତନ ଜିଲ୍ଲପାଳ ଡ଼ଃ ମଧୁସ୍ମିତା ସାହୁଙ୍କ ଠାରୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଯୋଦ୍ଧା ଭାବେ ସମ୍ମାନିତ ହୋଇଥିଲେ। ଡ଼ାକ୍ତର ପାତ୍ର ଖରିଆର ରୋଡ ନିବାସୀ ଅଟନ୍ତି। ସୋମବାର ସକାଳେ ତାଙ୍କ ମୃତ୍ୟ ଖବର ଆସିବା ପରେ ଖରିଆର ରୋଡ ତଥା ନୂଆପଡା ଶୋକକୁଳ ହୋଇଯାଇଛି।

ସୋମବାର ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନୂତନ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ , ଏ.ଡି.ଏମ. ସୂର୍ଯ୍ୟ ମାଧବ ପାଣିଗ୍ରାହୀ, ସି.ଡି.ଏମ.ଓ. ଡ଼ା. କାଳି ପ୍ରସାଦ ବେହେରା, ତହସିଲଦାର ଦେବେନ୍ଦ୍ର କୁମାର ରାଉତ, ଡି.ଆଇ.ପି.ଆର.ଓ. ଅଜୟ ପଟ୍ଟନାୟକ ତଥା ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତରେ କୋଭିଡ ଯୋଦ୍ଧା ଡ଼ାକ୍ତର ଦେବାଶିଷ ପାତ୍ରଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.