ରୋଗୀଙ୍କୁ ନେଇ ବିଶାଖାପାଟଣା ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଲାଞ୍ଜିଗଡ; କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଫାଣ୍ଡି ନିକଟସ୍ଥ ୬ନଂ ରାଜ୍ୟ ରାଜପଥ ବଂଜାରୀ ଘାଟିଠାରେ ରାତ୍ରି ସାଢ଼େ ୧୦ ଘଣ୍ଟା ସମୟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଭବାନୀପାଟଣା କୋଭିଡ୍ ମେଡ଼ିକାଲ ଠାରୁ ଜଣେ କୋଭିଡ୍ ରୋଗୀଙ୍କୁ ନେଇ ଏହି ଘରୋଇ ଆମ୍ବୁଲାନ୍ସ (ଓଡ଼ି-୦୮କେ ୫୩୭୩) ବିଶାଖାପାଟଣା ଯାଉଥିବା ସମୟରେ ବଂଜାରୀ ଘାଟିର ବୁଲାଣି ଠାରେ ଭାରସାମ୍ୟ ହରାଇ ଝୁଲା ତଳକୁ ଆମ୍ବୁଲାନ୍ସଟି ଖସି ପଡ଼ିଥିଲା।

ଆମ୍ବୁଲାନ୍ସ ଡ୍ରାଇଭର ବାସୁଦେବ ରାଉତ କହିବା ଅନୁଯାୟୀ ସାମ୍ନା ପଟୁ ଏକ ମାଲ ବୋଝେଇ ଟ୍ରକ ଅଫର ଡିଫର ନଦେଇ ଘାଟିର ବୁଲାଣିରେ ଆମ୍ବୁଲାନ୍ସ ଆଡକୁ ମାଡି ଆସିବା ଯୋଗୁଁ ଜୀବନ ଭୟରେ ମୁଁ ସାଇଟ କରିଥିଲି। ଯାହା ଫଳରେ ଗାଡିଟି ଝୁଲାକୁ ଖସି ଯାଇଥିଲା ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ କୋଭିତ୍ ରୋଗୀ ନର୍ମାଲ ଥିଲେ ଓ ତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଥିଲେ। କାହାରିକୁ କିଛି ହୋଇନାହିଁ। ରୋଗୀଙ୍କୁ ଅନ୍ୟ ଏକ ଗାଡ଼ିରେ ବିଶାଖାପାଟଣାମ ପଠାଗଲା ବୋଲି ସେ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.