୨୦୨୦ ବର୍ଷ ଅପେକ୍ଷା ୨୦୧୯ରେ ଭତ୍ତା ଟଙ୍କା ଅଧିକ ବଂଟନ ଅଭିଯୋଗ
ରାୟଗଡ: ରାୟଗଡ ପୈାର ପରିଷଦ କାର୍ଯ୍ୟାଳୟରେ ଏକ ଅଭିଯୋଗକୁ ଅଧାର କରି ସୂଚନା ସଂଗ୍ରହ ପାଇଁ ପଂହଚିଛି ଭିଜିଲାନ୍ସ ବିଭାଗ । ରାୟଗଡ ଦୁର୍ନୀତି ନିବାରଣ ବିଭାଗର ଉପ-ଆରକ୍ଷୀ ଅଧୀକ୍ଷକ (ଡିଏସପି) ଅନନ୍ତଚରଣ ମଲ୍ଳିକ ସୋମବାର ଦିନ ଏକ ଅଭିଯୋଗକୁ ଭିତି କରି ପୈାର ପରିଷଦ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କ କକ୍ଷରେ ସୂଚନା ସଂଗ୍ରହ ନିମନ୍ତେ ପଂହଚିଥିଲେ । ଗତ ୨୦୧୭-୧୮ ରୁ ୨୦୧୯-୨୦୨୦ ଆର୍ଥିକ ୩ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ମଧୁବାବୁ ପେନସନ୍ ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତା, ବିକଳାଙ୍ଗ ଭତା, ବିଧବା ଭତା ଆଦି ନିମନ୍ତେ କେତେ ଟଙ୍କା କେତେ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ତାହାର ସୂଚନା ସଂଗ୍ରହ କରିଥିଲେ ।
ପୈାର ପରିଷଦ କାର୍ଯ୍ୟାଳୟରେ ବିଭିନ୍ନ ୱାର୍ଡର ମୃତ ତଥା ସ୍ଥାନାନ୍ତର ହୋଇଯାଇଥିବା ହିତାଧିକାରୀମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଭତା ବଂଟନ ବାବଦରେ ଚଳୁ କରାଯାଇଥିବା ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିବା ଶୁଣିବାକୁ ମିଳିଛି । ଏ ନେଇ ପୈାର ପରିଷଦ କାର୍ଯ୍ୟାଳୟରୁ ଡିଏସପି ଶ୍ରୀ ମଲ୍ଳିକ ଗ୍ରହଣ କରିଥିବା ସୂଚନା ପ୍ରକାରେ ଗତ ଅଗଷ୍ଟ ୨୦୧୭ ମାସ ଠାରୁ ୨୦୧୮ ବର୍ଷ ମାର୍ଚ୍ଚ ୮ମାସ ମଧ୍ୟରେ ପୈାର ପରିଷଦକୁ ୧ କୋଟି ୫୨ଲକ୍ଷ ୩୯ ହଜାର ୪୦୦ ଟଙ୍କା ସରକାରଙ୍କ ତରଫରୁ ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏଥିରୁ ଭତା ବାବଦକୁ ୧ କୋଟି ୫୧ଲକ୍ଷ ୪୩ହଜାର ୧୦୦ ଟଙ୍କା ପ୍ରଦାନ କରାଯାଇ ୯୬,୩୦୦ଟଙ୍କା ବଳକା ରଖାଯାଇଥିଲା । ସେହିପରି ପୁଣି ଏପ୍ରିଲ ୨୦୧୮ରୁ ନଭେମ୍ବର ୮ ମାସ ମଧ୍ୟରେ ୧କୋଟି ୬୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଅନୁଦାନ ଆସିଥିବା ବେଳେ ସେଥିରୁ ୧ କୋଟି ୬୧ଲକ୍ଷ ୨୦ହଜାର ୯୦୦ଟଙ୍କା ଭତା ବାବଦକୁ ପ୍ରଦାନ କରାଯାଇ ୫୪ହଜାର ୬୦୦ଟଙ୍କା ବଳକା ରଖାଯାଇଥିବା ବେଳେ ୨୦୧୮ ଡିସେମ୍ବରରୁ ୨୦୧୯ ଅଗଷ୍ଟ ୮ ମାସ ପାଇଁ ପୁଣି ୩ କୋଟି ୧୯ ଲକ୍ଷ ୪୬ ହଜାର ୯୦୦ଟଙ୍କା ଅନୁଦାନ ଆସିଥିବା ବେଳେ ଏଥିରୁ ୩ କୋଟି ୧୪ଲକ୍ଷ ୭୮ହଜାର ୬୦୦ଟଙ୍କା ଭତା ହିତାଧିକାରୀଙ୍କୁ ପ୍ରଦାନ କରାଯାଇ ବଳକା ୪ଲକ୍ଷ ୬୮ ହଜାର ୩୦୦ ଟଙ୍କା ରଖାଯାଇଥିଲା । ଦୁଇବର୍ଷର ତଥ୍ୟ ସୂଚନା ମିଳିଥିବା ବେଳେ ୨୦୧୯ ଅଗଷ୍ଟରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ପୈାର ପରିଷଦ ତରଫରୁ ସୂଚନା ମିଳି ନ ଥିବା ବେଳେ ସମସ୍ତ ସୂଚନାକୁ ନିରୀକ୍ଷଣ କରାଯିବା ପରେ ଅଭିଯୋଗ ପ୍ରକାରେ ତଦନ୍ତର ନିଷ୍ପତି ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଳିକ ସୂଚନା ଦେଇଛନ୍ତି । ଅପରପକ୍ଷେ ଭିଜିଲାନ୍ସ ଯେଉଁ ସବୁ ସୂଚନା ମାଗିଛନ୍ତି ସେଗୁଡିକ ପ୍ରଦାନ କରାଯାଇଛି ବୋଲି ରାୟଗଡ ପୈାର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ସୂଚନା ଦେଇଛନ୍ତି ।
ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in