ବିଶିଷ୍ଟ ସମାଜସେବୀ ବଳରାମ ପୂଜାରୀ ଆଉ ନାହାନ୍ତି

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପୂଜାରୀ ପଡାର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ବଳରାମ ପୂଜାରୀ ଆଉ ନାହାନ୍ତି। ମାତ୍ର ୫୫ ବର୍ଷ ବୟସରେ ସେ ତାଙ୍କ ଲାଞ୍ଜିଗଡ଼ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲାଞ୍ଜିଗଡ଼ ଭୈରଵ କମିଟିର ଜଣେ ଅଗ୍ରଣୀ ସଦସ୍ୟ ଥିବା ସହିତ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବାଲିଯାତ୍ରା କମିଟିର ସଭାପତି ଦାଇତ୍ଵ ଗ୍ରହଣ କରି ସେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିପାରିଥିଲେ। ଏହାସହ ସେ ଅନେକ ଗୁଡିଏ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ।

ସ୍ବର୍ଗତ ପୁଜାରୀ ଜଣେ ସ୍ପଷ୍ଟବାଦୀ, ଉତ୍ତମ ସଂଗଠକ ଓ ସମାଜସେବୀ ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ଅନ୍ତିମ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ସାନ ଭାଇ ଗୋପୀନାଥ ପୂଜାରୀ ମୁଖାଗ୍ନି ଦେଇଥିଲେ। ତାଙ୍କର ଅକାଳ ବିୟୋଗରେ ଲାଞ୍ଜିଗଡ଼ର ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.