ଦୁର୍ଗମାଞ୍ଚଳରେ ଦିବ୍ୟାଙ୍ଗଙ୍କ ପରିଚୟ ପତ୍ର ପ୍ରଦାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଲାଖବାହିଲି ପଞ୍ଚାୟତଠାରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ଓ ମିଶନ ଅଶୋକ ଦୋରା(ଏମଏଡି) ଅନୁଷ୍ଠାନ ଓ ବ୍ଲକ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏମଏଡି ସଦସ୍ୟ ଧର୍ମେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶିବିରରେ ବ୍ଲକର ଲାଖବାହିଲି, ବିଜେପୁର, ବେନଙ୍ଗା ଓ ଲାଞ୍ଜି ପଞ୍ଚାୟତର ବିଭିନ୍ନ ଗ୍ରାମର ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ୬୨ ଜଣ ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ଜଣେଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଥିଲା।ସେମାନଙ୍କ ମଧ୍ୟରୁ ୨୦ ଜଣ ଶିଶୁ,୨୫ ଜଣ ମହିଳା ଓ ୧୭ ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇଥିଲା।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ସୁବାଶିଷ ମହାନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ କୁମାର ସାହୁ, ଲାଖବାହିଲି ସରପଞ୍ଚ ରାମତୁ ମାଝୀ, ଅଡିଓଲୋଜିଷ୍ଟ ବାଦଲ କୁମାର ପଟ୍ଟନାୟକ, ମନୋବିଜ୍ଞାନୀ ଓ ଚୟନ ପ୍ରଶିକ୍ଷକ ସୁବାସ ଚନ୍ଦ୍ର ସାହୁ, କମ୍ପ୍ୟୁଟର ଅପରେଟର ଲକ୍ଷ୍ୟ ପତି ପୂଜାରୀ, ଲାଖବାହିଲି ପଞ୍ଚାୟତ ପିଇଓ ଅଲେଖ ଚନ୍ଦ୍ର ବିଶି, ଅପୂର୍ବ ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଏମଏଡି ଅନୁଷ୍ଠାନର ଧର୍ମେନ୍ଦ୍ର ପଣ୍ଡା, ମନୀଷ ସାହୁ, ମନୀଷ ମିଶ୍ର, ଦିବ୍ୟଶଙ୍କର ଦୋରା, ସୁଶାନ୍ତ ହରିଜନ, ଧନୁଜୟ ହରିଜନ, ବିନୋଦ ସାହୁ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.