ଜିଲ୍ଲା ଯାଦବ ମହାସଭାର ପୂର୍ବ ସଭାପତି ଡମ୍ବରୁଧର ଲହଜଲଙ୍କ ପିତୃ ବିୟୋଗ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲଙ୍କ ପିତୃଦେବ କୃଷ୍ଣଚନ୍ଦ୍ର ଲହଜଲଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଦିର୍ଘ ଦିନରୁ ଶଯ୍ୟାଶାୟୀ ଥିଲେ। ଧର୍ମଗଡ ସହରର ସାଲେକାଲା ପଡା ସ୍ଥିତ ତାଙ୍କ ବାସଭବନରେ କୃଷ୍ଣଚନ୍ଦ୍ର ଶେଷ ନିଶ୍ବାସ ତ୍ୟାଗ କରିଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ ପୁଅ ଡମ୍ବରୁଧର ଲହଜଲ, ସାନ ପୁଅ ଭୈରବ, ନାତି ଭବାନୀ ଓ ଭଗବାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାନ ପୁଅ ଭୈରବ ଲହଜଳ ଓ ସାନ ନାତି ଭବାନି ଶଙ୍କର ମୁଖାଗ୍ନି ଦେଇଥିଲେ। ଜଣେ ଧର୍ମ ପରାୟଣ ତଥା ସମ୍ମାନସ୍ପଦ ବ୍ୟକ୍ତିତ୍ୱର ଅଧିକାରୀ କୃଷ୍ଣଚନ୍ଦ୍ର ଲହଜଲଙ୍କ ଆବର୍ତ୍ତମାନରେ ଯାଦବ ସମାଜ ସମେତ ବିଭିନ୍ନ ବିଭିନ୍ନ ପ୍ରାନ୍ତରୁ ଗଭିର ଶୋକ ବ୍ୟକ୍ତ କରାଯିବା ସହ ସମବେଦନା ଜ୍ଞାପନ କରାଯାଇଛି।

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.