“ଖେତ୍ କେ ମୁଡ଼ା, ଘର୍ କେ ବୁଡ଼ା”

ବୁଢ଼ୀପଦରରେ ଆନ୍ତର୍ଜାତିକ ବୟସ୍କ ଦିବସ

ନର୍ଲା,୧/୧୦: କଥାରେ ଅଛି, “ଖେତ୍ କେ ମୁଡ଼ା, ଘର୍ କେ ବୁଡ଼ା।” ଅର୍ଥାତ୍ କୃଷିକ୍ଷେତ୍ର ପାଇଁ ଜଳାଶୟଟିଏ ଯେତିକି ଉପକାରୀ, ପରିବାର ପାଇଁ ବୟସ୍କ ବ୍ୟକ୍ତି ସେତିକି ଜରୁରୀ। ବରିଷ୍ଠ ନାଗରିକମାନେ ଅଲୋଡ଼ା ନୁହନ୍ତି। ସମାଜର ପ୍ରଗତିରେ ସେମାନଙ୍କ ଅବଦାନ ଅପରିହାର୍ଯ୍ୟ ବୋଲି ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ବୁଢ଼ୀପଦର ଠାରେ ନେହେରୁ ଯୁବ କେନ୍ଦ୍ର ଓ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ବୟସ୍କ ଦିବସ ସମାରୋହରେ ବକ୍ତା ଭାବେ ଯୋଗଦେଇ ସେ ଏପରି କହିଥିଲେ।


ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ୍ କୁମାର ଭୋଇଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ।


ଏଥିରେ ଅନୁଷ୍ଠାନର ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ, ବରିଷ୍ଠ ନାଗରିକ ଉଦୟନାଥ ବାଗ, କେଶବ ଧଙ୍ଗଡ଼ାମାଝୀ, କୋକିଳ ପୋଢ଼, ତନୁରଞ୍ଜନ ଧଙ୍ଗଡ଼ାମାଝୀ, ଅର୍ଜୁନ ସୁନାନୀ, ଜାଡୁ ହରିଜନ, ଜଗମଣି ଗହୀର, ସାଗର ହରିଜନ, ଗୁଣ ମାଝୀ, ଲୋଚନ ପୋଢ଼, ମୁରଲୀ ଦାସ, ଚୂଡ଼ାମଣି ନାଏକ, ଗଜେନ୍ଦ୍ର ଲୋହରା, ବନବାସ ବାଗ, ବିକ୍ରମ ହରିଜନ ପ୍ରମୁଖ ଉପସ୍ଥିତ ଥିବାବେଳେ ଆଶୁତୋଷ ଧଙ୍ଗଡ଼ାମାଝୀ, ବ୍ରଜେନ୍ଦ୍ର ବେହେରା, ବସନ୍ତ ଲୋହରା, ସ୍ବପ୍ନେଶ୍ବର ମାଝୀ, ସଂଜୀବ ବେନିଆଁ ପ୍ରମୁଖ ସହଯୋଗ କରିଥିଲେ।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.