ମୁକୁନ୍ଦପୁର ଘାଟିରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ହେଲପର ମୃତ

ରାୟଗଡ: ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତଗର୍ତ ୩୨୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଘାଟିରେ ସଡକ ଦୁର୍ଘଟଣାରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ହେଲପରର ମୃତ୍ୟୁ ହୋଇଛି ଏବଂ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି । ତେବେ ଉଭୟ ଡ୍ରାଇଭର ଓ ମୃତ ହେଲପରଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ହେଲପର ଶବକୁ ଉଦ୍ଧାର କରାଯାଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ଚାନ୍ଦିଲି ଥାନା ଅଧିକାରୀ ନୀଳାମ୍ବର ଜାନିଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବ୍ରହ୍ମପୁରରୁ ରାୟଗଡ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ (ୟୁପି୭୫ ଏମ-୧୦୭୭) ଗୁରୁବାର ସକାଳ ସାଢେ ୮ଟା ସମୟରେ ମୁକୁନ୍ଦପୁର ଘାଟି ରାସ୍ତାର ଡଙ୍ଗର ଲେକାପାଇ ନିକଟରେ ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଟ୍ରକଟି ଘାଟି ତଳକୁ ଖସି ଆସୁଥିଲା । ଏହି ସମୟରେ ଗାଡିର ହେଲପର ନିଜ ଜୀବନ ବଂଚାଇବାକୁ ଯାଇ ଟ୍ରକରୁ ଡେଇଁ ପଡିଥିବା ଯୋଗୁଁ ରାସ୍ତା କଡ ପାହାଡରେ ପିଟି ହୋଇ ଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ତେବେ ଟ୍ରକଟି ରାସ୍ତା କଡ ସୁରକ୍ଷା ପାଚେରୀକୁ ଧକ୍କା ହୋଇ ରହିଯାଇଥିଲା । ଦୁର୍ଘଟଣା ଗ୍ରସ୍ତ ଟ୍ରକ ସଂପର୍କରେ କୋଲନରା ଦମକଳ ବାହିନୀ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧାର କରିଥିଲେ । ଏ ନେଇ ଚାନ୍ଦିିଲି ଥାନାରେ କେସ ନମ୍ବର ୨୩୮/୨୦ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ଜାନି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.