ରାୟଗଡ ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ

ରାୟଗଡ : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୁର ଶାସ୍ତ୍ରୀଙ୍କ ୮୪ତମ ଜୟନ୍ତୀ ଅବସରରେ କୋଭିଡ -‍୧୯ ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ନିରାଡମ୍ବର ସହ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ ହୋଇଯାଇଛି । ସ୍ଥାନୀୟ ମହତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା ।


ଗାନ୍ଧୀ ଜୟନ୍ତି ଅବସରରେ ରାୟଗଡ ପୌର ପରିଷଦ ଆନୁକୁଲ୍ୟରେ ଓଡିଶା ଅର୍ବାନ ହାଉସିଂ ମିଶନ, ଗୃହ ଏବଂ ନଗର ଉନୟନ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ପ୍ରସ୍ତାବିତ “ଫିଟ ଇଣ୍ଡିଆ ଫ୍ରିଡମ ରନ୍ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା , ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।


ଏହି ଅବସରରେ ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଗାନ୍ଧୀବାଦୀ ନେତା ଜୟରାମ ଜେନା ବିଶେଷ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ରାୟଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।


ଶେଷରେ ସମସ୍ତଙ୍କୁ ସାମାଜିକ ଦୁରତ୍ଵକୁ ମାନିବା, ଶାନ୍ତି ବଜାୟ ରଖିବା, ଜନସାଧାରଣଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମିଳିମିଶି କାମ କରିବା ତଥା ରାୟଗଡ଼ ସହରକୁ ସଫା ତଥା ସ୍ଵଛ ରଖିବା ଉପରେ ଗୁରୁତ୍ଵ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବେହେରା ତାଙ୍କ ଉଦବୋଧନରେ କହିଥିଲେ ।


ଏହି ଅବସରରେ ରାୟଗଡ ସହରକୁ ସ୍ୱଚ୍ଛ ଓ ପରିମଳ ରଖିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର କର୍ମକର୍ତ୍ତା, ସହକାରୀ ଯନ୍ତ୍ରୀ, ପରିମଳ ନିରୀକ୍ଷକ,ପରିମଳ ବିଶେଷଜ୍ଞ, ସଫେଇ କର୍ମଚାରୀ, ଗୋଷ୍ଠୀ ସଙ୍ଗଠିକା, ସିଏଲଟିସି କର୍ମକର୍ତ୍ତା, ଏମ.ଆଇ.ଏସ ପ୍ରୋଗ୍ରାମର , ସ୍ଵଛ ସାଥି , ସ୍ଵଛ ସୁପରଭାଇଜର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।

ସେହିପରି ଜିଲ୍ଲା ସଂସ୍କୃତି ପରିଷଦ ଓ ପଞ୍ଚବଟି ସାହିତ୍ୟ ସଂସଦ ରାୟଗଡା ତରଫରୁ ଜୁମ୍ ଆପ୍ ମାଧ୍ୟମରେ ‘ମହାତ୍ମା ଗାନ୍ଧୀ’ ଶିର୍ଷକ ବକୃତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ପ୍ରାତଃ ୫ଘଣ୍ଟା ସମୟରେ ରାମଧୁନ ପ୍ରଚାର କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.