ଓ୍ଵାର୍ଲ୍ଡ ଫେଡେରେଶନ ଅଫ ଟ୍ରେଡ ୟୁନିୟନ ର ପ୍ରତିଷ୍ଠା ଦିବସ

ଭୁବନେଶ୍ଵର: ଓ୍ଵାର୍ଲଡ ଫେଡେରେଶନ ଅଫ ଟ୍ରେଡ ୟୁନିୟନର ୭୫ତମ ପ୍ରତିଷ୍ଠା ଦିବସ ଓଡିଶାର ଵିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ମିଳିତ ଭାବେ ନବ୍ୟ ସାମ୍ରାଜ୍ଯଵାଦ ବିରୋଧୀ – ବହୁ ଜାତିକ ଏକଚାଟିଆ ପୁଞ୍ଜି ଵିରୋଧୀ ଏଵଂ ଶ୍ରମିକ ଶ୍ରେଣୀର ଐକ୍ଯ-ସଂହତି ଏଵଂ ଅଧିକାର ଦିଵସ ଭାବେ ଆଜି ଭୁବନେଶ୍ଵର ମାଷ୍ଟରକ୍ଯାଣ୍ଟିନ ଛକଠାରେ ପାଳିତ ହୋଇଯାଇଛି।


ଏହି କାର୍ଯ୍ଯକ୍ରମ ଏଆଇଟିୟୁସି, ସିଆଇଟିୟୁ, ଏଆଇସିସିଟିୟୁ, ଏଆଇୟୁଟିୟୁସି ପକ୍ଷରୁ ମିଳିତ ଭାବେ ସଂଗଠିତ ହୋଇଯାଇଛି। ଏହି ସଂଗଠନଗୂଡିକର ପ୍ରମୁଖ ନେତୃତ୍ଵ ସର୍ଵଶ୍ରୀ ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ରାଧାକାନ୍ତ ସେଠୀ, ଡଃ ପୁର୍ଣ୍ଣ ଚନ୍ଦ୍ର ବେହେରା, ଦୁଷ୍ମନ୍ତ ଦାସ, ବିଜୟ ଜେନା, ମହେନ୍ଦ୍ର ପରିଡା, ନୀରଞ୍ଜନ ମହାନ୍ତି,


ସତ୍ଯାନନ୍ଦ ବେହେରା, ସୁର ଜେନା, ବଂଶୀଧର ପରିଡା ଓ ଜୟନ୍ତ ଦାସ ପ୍ରମୁଖ ଯୋଗଦେଇ ବହୁଜାତିକ ପୁଞ୍ଜିର ଅଧିକ ମୁନାଫା ପାଇଁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି, ୪୪ଟି ଶ୍ରମ ଆଇନ ସଂଶୋଧନ ନାମରେ କମ୍ପାନୀମାନଙ୍କ ସ୍ଵାର୍ଥରେ ଓ ଶ୍ରମିକ ଶ୍ରେଣୀକୁ କ୍ରୀତଦାସରେ ପରିଣତ କରିବା,


ଦେଶରେ ଗଣତନ୍ତ୍ର, ଭାରତୀୟ ସମ୍ଵିଧାନ ଓ ଧର୍ମ ନୀରପେକ୍ଷତାକୁ ଖତମକରି ସାମ୍ପ୍ରଦାୟିକ ଏକଛତ୍ରବାଦୀ ଶାସକ ମୋଦି ସରକାରଙ୍କ ଷଡଯନ୍ତ୍ର ଵିରୁଦ୍ଧରେ ଐକ୍ଯବଦ୍ଧ ସଂଗ୍ରାମର ସଂକଳ୍ପ ନେଇଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.