ଛାତ୍ରଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ

କଳାହାଣ୍ଡି: ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ପଂଚାୟତ ତେଜିପଡ଼ା ଗ୍ରାମର ଛାତ୍ର ସୁଧାଂଶୁ ହରିଜନ ମାଟ୍ରିକ ପରୀକ୍ଷାରେ ୩୮୭ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ । କିନ୍ତୁ ତାଙ୍କୁ ନାମ ଲେଖାଇବାରେ ଅର୍ଥ ସାଜିଥିଲା ବାଧକ । ଏପଟେ ବାପ ଛେଉଣ୍ଡ ସୁଧାଂଶୁଙ୍କୁ ଘାରିଥିଲା ପାଠ ପଢିବାର ଚିନ୍ତା । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କରି ମୋହନଗିରୀ କଲେଜରେ ନାମ ଲେଖାଯାଇଥିଲା କିଛି ସମାଜସେବୀଙ୍କ ସହାୟତାରେ । ଲୋକଙ୍କ ପାଖରୁ ଏହି ଛାତ୍ରଙ୍କ ସମସ୍ୟା ଜାଣିପାରି ସମାଜସେବୀ ମନୋଜ ପଟ୍ଟନାୟକ ତିନିହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ତାଙ୍କରି ଏହି ସହାୟତା ପରେ ପରିବାର ତରଫରୁ ଶ୍ରୀ ପଟ୍ଟନାୟକଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.