ହାଥ୍ରାସ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ବିରୋଧରେ ଆମେ ଭାରତବାସୀ ପକ୍ଷରୁ ଗଣ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ଵର: ଉତ୍ତର ପ୍ରଦେଶର ହାଥ୍ରାସ ଠାରେ ଜଣେ ୧୯ ବର୍ଷିଆ ଦଳିତ ଝିଅ ପ୍ରତି ଗଣଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ‘ଆମେ ଭାରତବାସୀ’ ପକ୍ଷରୁ ଗଣ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରବିବାର ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଆମେ ଭାରତବାସୀ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ଶ୍ରମିକ, କୃଷକ, ମହିଳା ସମେତ ସବୁ ବର୍ଗ ପକ୍ଷରୁ ମିଳିତ କ୍ୟାଣ୍ଡେଲ ପ୍ରଦର୍ଶନ କରାଯାଇଥିଲା।

ଆମେ ଭାରତବାସୀ ପକ୍ଷରୁ ମାନସ ପଟ୍ଟନାୟକ ଏବଂ ଜୟନ୍ତ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, “ଦୁଷ୍କର୍ମ ପରେ ପିଡିତାଙ୍କ ବେକ ହାଡ଼ ଭାଙ୍ଗିବା, ଜିଭ କାଟିଦେବା ଘଟଣା ପରେ ପରିବାର ବର୍ଗ ଏତଲା ଦେଲେ ମଧ୍ୟ ଜାଣି ଜାଣି ପୋଲିସ ଏତଲାକୁ ୭ ଦିନ ପର୍ଯ୍ୟନ୍ତ ପଞ୍ଜିକରଣ ନକରି ଏହି ଜଘଣ୍ୟ ଅପରାଧର ପ୍ରମାଣ ନଷ୍ଟ କରିଵାକୁ ଉଦ୍ୟମ କରିବା, ପିଡିତାକୁ ସଠିକ୍ ଚିକିତ୍ସା ନଦେବା, ଶେଷରେ ପିଡିତା ମୃତ୍ୟୁବରଣ କଲା ପରେ ମଧ୍ୟରାତ୍ରରେ ପରିବାରକୁ ପିଡିତାର ଶବ ହସ୍ତାନ୍ତର ନ କରି ମୃତ ପିଡିତା ପ୍ରତି ପୋଲିସ ଅତ୍ୟାଚାର ହେଲା। ଉଦବେଗର ବିଷୟ ଉତ୍ତର ପ୍ରଦେଶ ପୋଲିସ ଅତିରିକ୍ତ ଡିଜି ଏବଂ ଜିଲ୍ଲାପାଳ ଦେଶର ନିର୍ଭୟା ଆଇନ ଜାଣି ମଧ୍ୟ ଯେଉଁଭଳି ଭାବେ ପିଡିତା ପ୍ରତି ଦୁଷ୍କର୍ମ ହୋଇ ନଥିବାର କାହାଣୀ ବଖାଣିବା ସହ ଡି.ଏମ. ପିଡିତା ପରିବାରକୁ ଧମକ ଦେବା, ଆତଙ୍କବାଦୀଙ୍କ ଭଳି ପିଡିତା ପରିବାରକୁ ସଶସ୍ତ୍ର ପୋଲିସ ସେନା ଛାଉଣୀ ଭିତରେ ଘେରାବନ୍ଦୀ କରି ରଖିବା ଘଟଣା ଯୋଗୀ ସରକାରଙ୍କ ମଧ୍ୟଯୁଗୀୟ ବର୍ବରତା ଓ ଦଳିତ ମହିଳା ବିରୋଧୀ ଭୂମିକାର ସୂଚନା ଦେଉଛି। ତେଣୁ ପିଡିତାଙ୍କୁ ନ୍ୟାୟ ପାଇଁ ଫାଷ୍ଟଟ୍ରାକ ବିଚାର, ଅପରାଧକୁ ଘଣ୍ଟ ଘୋଡାଉଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ପୋଲିସ ଏଡିଜି ଏବଂ ଡିଏମଙ୍କୁ ଗିରଫ କରିବା ଦାବି ନେଇ ଆମେ ଭାରତବାସୀ ପକ୍ଷରୁ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଛାତ୍ର, ଯୁବ, ଶ୍ରମିକ, କୃଷକ, ମହିଳା ସମେତ ସବୁ ବର୍ଗ ପକ୍ଷରୁ ମିଳିତ କ୍ୟାଣ୍ଡେଲ ପ୍ରଦର୍ଶନ କରିଛୁ।”


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

ଏହି ପ୍ରତିବାଦରେ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡା, ଦେବ ପ୍ରସାଦ ରାୟ, ଜୟନ୍ତ ଦାସ, ରାମକୃଷ୍ଣ ପଣ୍ଡା, ଜ୍ୟୋତି ରଞ୍ଜନ ମହାପାତ୍ର, ବିଶ୍ଵପ୍ରିୟ କାନୁନଗୋ, ଅଶୋକ କୁମାର ସାହୁ, ସତୀଶ ମିଶ୍ର, ଅମୀୟ ପାଣ୍ଡବ, ଯତୀନ ମହାନ୍ତି, ସରୋଜ ନାୟକ, ସଂଘମିତ୍ରା ଜେନା, ଅନୁପମା ସେଠୀ, ଆକାଂକ୍ଷା ପଣ୍ଡା, ସୁଚିସ୍ମିତା ଜେନା, ଦେବସ୍ମିତା ପଣ୍ଡା, ନୀଳକଣ୍ଠ ନାୟକ, ଶସିକାନ୍ତ, ତପନ କୁମାର ସ୍ୱାଇଁ, ରାଜୁ ମେହେର, ରାଜେଶ ପ୍ରଧାନ, ରାକେଶ ମଲ୍ଲିକ, ପାର୍ଥ ସାରଥୀ, ବିଶ୍ୱଭୂଷଣ ମହାପାତ୍ର, ସସ୍ମିତା ଜେନା, ରଶ୍ମି ରଞ୍ଜନ ଜେନା, ଜୀବନ ଭୋଇ, ରଞ୍ଜିତ ମାନସିଂହ ପ୍ରମୁଖ ସାମିଲ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମାନସ ପଟ୍ଟନାୟକ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.