ବାଇକ ଓ ସାଇକେଲ ଧକ୍କା: ଜଣେ ମୃତ, ଜଣେ ଗୁରୁତର

କୋକସରା: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଦର୍ଲିପଡା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଭୁର୍ଷାଗୁଡା ପଟୁ ଆସୁଥିବା ଏକ ବାଇକ ସମାନ ଦିଗରୁ ଆସୁଥିବା ଏକ ସାଇକେଲ ଆରୋହି କୁ ଭାରସାମ୍ୟ ହରାଇ ଧକ୍କା ଦେଇଥିବାବେଳେ ଉଭୟ ଛିଟିକି ପଡିଥିଲେ । ତେବେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ପ୍ରାଣ ହରାଇ ଥିବାବେଳେ ସାଇକେଲ ଚାଳକ ଗୁରୁତର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୃତ ବାଇକ ଆରୋହୀ ହେଲେ ଡୁଡୁକାଠେଙ୍ଗା ପଞ୍ଚାୟତ ମୁଗୁନାପଦର ଗ୍ରାମର ପ୍ରଦୀପ ନାଗ (୩୦) ଓ ଗୁରୁତର ଜଣକ ଦର୍ଲିପଡା ଗ୍ରାମର ନଲ ମାଝୀ (୬୦) ବୋଲି ଜଣାପଡିଛି । ଖବର ପାଇ ଆମପାଣି ପୋଳିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଆମପାଣି ଥାନା ଏଏସ୍‌ଆଇ ଆର.ଏସ୍ ବାଗଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଆମ୍ବୁଲାନ୍ସ ଆସିଲା ପରେ ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଯିବ ବୋଲି କହିଛନ୍ତି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ଜବତ ହୋଇପାରି ନାହିଁ ।

Udyog Nursery
Udyogi Nursery

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.