ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ରାମନାଗୁଡା ବ୍ଲକ ଗସ୍ତ

ରାମନାଗୁଡା: ରାୟଗଡା ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ରାମନାଗୁଡା ବ୍ଲକ ଗସ୍ତକରି ଉନ୍ନୟନ କାର୍ଯ୍ୟ ସମୁହର ସମିକ୍ଷା କରିଛନ୍ତି। ଶ୍ରୀ ଋତୁରାଜ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ମନରେଗା କାର୍ଯ୍ୟର ପୁନରାବଲୋକନ କରିଥିଲେ।

ଏହାପରେ ପାରୀକ୍ଷିତି ପଞ୍ଚାୟତର କୋଣ୍ଡାଜାମ, ଝିଞ୍ଜିରିବାଡି, ଲିଙ୍ଗରାଇ, ଏବଂ କୋଣ୍ଡାଜାମ ଗୁଡ଼ା ଠାରେ ମନରେଗା ଯୋଜନା ମାଧ୍ୟମରେ ଚାଲୁ ରହିଥିବା ପୋଖରୀ ନିର୍ମାଣ କାମର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟ ସମୁହକୁ ଶିଘ୍ର ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜଙ୍କ ଏହି ଗସ୍ତ ସମୟରେ ବିଡ଼ିଓ ବେଣୁଧର ଶବର, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ବ୍ରିକା, ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଯାନୀ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ସମେଶ୍ୱର ରାଓ, ପାରୀକ୍ଷିତି ଗ୍ରାମ ପଞ୍ଚାୟତ ଜିଆରଏସ ଦିଲୀପ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.