ଯାଜପୁର ଜିଲ୍ଲା ଯାଦବ ମହାସଭାର ସାଙ୍ଗଠନିକ ବୈଠକ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ଯାଦବ ମହାସଭାର ସ୍ଥାୟୀ ସଭାପତି ରବୀନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ୱରେ ରସୁଲପୁର ବ୍ଲକ ଦୁର୍ଗାଦେବୀ ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦଶ ଗୋଟି ବ୍ଲକ ଓ ଦୁଇ ଗୋଟି ମୁନିସିପାଲିଟିର କର୍ମକର୍ତା ଓ ଯାଜପୁର ଜିଲ୍ଲା ସମ୍ପାଦକ ଆଲେକ୍ସ ଜାଣ୍ଡର ଦାସ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ପ୍ରଧାନ ଓ ଅନ୍ୟାନ କର୍ମ କର୍ତାଙ୍କ ଉପସ୍ଥିତରେ ସାଙ୍ଗଠନିକ ଆଲୋଚନା ହୋଇଥିଲା। ଏହି ଅବସରରେ ନିଟ୍ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରୀମାନ ଲଳିତ ଦାସ (ଆଖଡ଼ାଢିଅ, ବରୀ ବ୍ଲକ), ଦୁଷ୍ମନ୍ତ ଦାସ(ଦାନଗଦି ବ୍ଲକ), ସୁବାସ ଚନ୍ଦ୍ର ବେହେରା (ଧର୍ମଶାଳା ବ୍ଲକ)ଙ୍କୁ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଗାମୀ ଦିନରେ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗେଇବା ପାଇଁ ପ୍ରତି ପଞ୍ଚାୟତରେ ସଂଗଠନ ହେବ ବୋଲି ସଭାପତି ରବିନ୍ଦ୍ର ନାଥ ବେହେରା ସୂଚନା ଦେଇଛନ୍ତି। ସମ୍ପାଦକ ଆଲେକ୍ସଜାଣ୍ଡର ଦାସ କହିଛନ୍ତି ଯେ, ଆଗାମୀ ଦିନରେ ଯୁବ ଯାଦବ ସଂଗଠନ, ସୋସିଆଲ ମିଡ଼ିଆ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ।

କୋଭିଡ୍ ନିୟମ ପାଳନ ପୂର୍ବକ ଆୟୋଜିତ ଉକ୍ତ ବୈଠକରେ ଗଣେଶ୍ୱର ଦାସ, ଭରତ ଚନ୍ଦ୍ର ଦାସ, ମୁକୁନ୍ଦ ପ୍ରସାଦ ଦାସ, ରଘୁନାଥ ବେହେରା, ଆତୁଳ ଚନ୍ଦ୍ର ବାରିକ, ଉତ୍ତମ ଦାସ, ଯୁବ ସଂଗଠକ ଯୋଗେନ୍ଦ୍ର ଦାସ, ରାକେଶ ଦାସ, ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ନବଘନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.