୨ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୧କୋଟି ଟଙ୍କା ସହାୟତା

ନୂଆପଡା: ରାଜ୍ୟ ତଥା କେନ୍ଦ୍ର ସରକାର କରୋନା ମହାମାରୀ ପାଇଁ ପରିସ୍ଥିତି ରେ ବିଭିନ୍ନ କର୍ମଚାରୀ, ସ୍ବେଛାସେବୀଙ୍କୁ କରୋନା ଯୋଦ୍ଧା ରୂପେ ସମ୍ମାନ ଜଣାଇ ଥିଲେ। କିନ୍ତୁ କିଛି କରୋନା ଯୋଦ୍ଧା ଏହି ମହାମାରୀ ରେ ଲୋକ ଙ୍କୁ ସେବା କରିବା ସମୟ ରେ ହିଁ ପ୍ରାଣ ହରାଇଛନ୍ତି। ଏହିପରି ଭାବେ ନୂଆପଡା ଜିଲ୍ଲା ର ସଦର ନୂଆପଡା ପୋଲିସ ଷ୍ଟେସନ କନେଷ୍ଟବଳ କୃଷ୍ଣ ଚନ୍ଦ୍ର ମାଝୀ ଓ ଖରିଆର ରୋଡ ଯୋଙ୍କ ପୋଲିସ ଷ୍ଟେସନ କନେଷ୍ଟବଳ ଶଙ୍କର ଦାସ କାର୍ଯ୍ୟରତ ଅବସ୍ଥାରେ ଏହି କରୋନା ମହାମାରୀ ର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ।

ନୂଆପଡା ଜିଲ୍ଲପାଳ ସ୍ଵଧା ଦେବ ସିଂ ଓ ଆରକ୍ଷୀ ଅଧିକାରୀ ରାହୁଲ ଜୈନ ଉଭୟ ସନ୍ତପ୍ତ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ନୂଆପଡା ଭଳି ଉପାନ୍ତ ଜିଲ୍ଲା ରେ ଏହି ଦୁଇ ପୋଲିସ କରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସ୍ଥାନୀୟ ଅଂଚଳ ବାସୀ ତଥା ବୁଦ୍ଧି ଜୀବି ମହଲରେ ଭୁୟସୀ ପ୍ରଶଂସା କରାଯାଉଛି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.