ସିଆରପିଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍‌କ୍ୱାଟର୍ସ ପରିସରରେ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କୁ ଅଧିକାରୀ ଓ ଯବାନମାନଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।


ଏହି କାର୍ଯ୍ୟକ୍ରମରେ ସେକେଣ୍ଡ ଇନ କମାଣ୍ଡଡେଂଟ ଏସ.କେ.ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିଲେ ।

ରାୟଗଡ ଜିଲ୍ଳାରେ ମୁତୟନ ଥିବା ୪ର୍ଥ ବାଟାଲିୟନ ସିଆରପିଏଫର କମାଣ୍ଡଡେଂଟ ଶ୍ରୀ ରାଜପୁତ ଜିଲ୍ଳାରେ ମାଓ ପ୍ରବଣ ଅଂଚଳରେ ସିଆରପିଏଫଙ୍କ ଦ୍ୱାରା ଶାନ୍ତି ବଜାୟ ରଖିବା ଓ ଯବାନ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ସୁସଂପର୍କ ତଥା ବିଶ୍ୱାସ ରଖିବା ଦିଗଗରେ ଅନେକ ଜନସଂପର୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଆସ୍ଥା ଭାଜନ କରିପାରିଥିଲେ ।


ବର୍ତମାନ ଉତର ସେକ୍ଟର, ନୂଆଦିଲ୍ଳୀର ଡିଆଇଜିପି ଭାବେ ଶ୍ରୀ ରାଜପୁତ ପଦୋନ୍ନତି ପାଇଥିବାରୁ ତାଙ୍କର ବଦଳି ହୋଇଥିବା ନେଇ ସିଆରପିଏଫ ଲୋକ ସଂପର୍କ ଅଧିକାରୀ ମେଜର ସରୋଜ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.