‘ଅ’ ମହୋତ୍ସବ ଓ ‘ଅ’ ସାରସ୍ୱତ ସମ୍ମିଳନୀ ଅନୁଷ୍ଠିତ
କଳାହାଣ୍ଡି, (ହେମନ୍ତ ସାହୁ):ମଣିଷର ଚାରିପାଖରେ ହିଁ ଶାନ୍ତି ଘୁରିବୁଲୁଛି । କେବଳ ସୁଖକୁ ଅନୁଭବ କରିିବାର ଦୃଷ୍ଟି ଭଙ୍ଗୀଟିଏ ଦରକାର । ମଣିଷ ନିଜ ପାଖରେ ଥିବା ସୁଖକୁ ଭୁଲି ସେ କେବଳ ଅନ୍ୟତ୍ର ସୁଖ ସନ୍ଧାନରେ ବ୍ୟସ୍ତ ରହିଥାଏ । କିନ୍ତୁ କବିଟିଏ ନିଜ ଭିତରେ ଜୀବନ ଜୀଇଁବାର କଳା ଶିଖିପାରିଥାଏ ବୋଲି ଆଜି ରାଜ୍ୟସ୍ତରୀୟ ଅ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ନିକଟସ୍ଥ କାରୁଣ୍ଡ ଶ୍ରୀକ୍ଷେତ୍ରଠାରେ ଆଜି ଅ ଫିଲ୍ମ୍ ବ୍ୟାନରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ଡ଼କ୍ଟର ନୃପରାଜ ସାହୁ(ଯୁଗ୍ମ ଶାସନ ସଚିବ,କେବିକେ,ଓଡ଼ିଶା ସରକାର), ମୁଖ୍ୟ ବକ୍ତା ବ୍ୟଙ୍ଗ କବି ବିରଞ୍ଚି ନାରାୟଣ ମୁଣ୍ଡ ଓ ବୈଜ୍ଞାନିକ ଡ଼କ୍ଟର ବିଜୟ କୁମାର ସାହୁ, ସମ୍ମାନୀତ ଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମାଜସେବୀ ସତ୍ୟନାରାୟଣ ସାହୁ, ପ୍ରେମସାଗର ନାଏକ, ଅଜୟ କୁମାର ପଣ୍ଡା ଯୋଗଦେଇଥିଲେ । ‘ଅ’ ଫିଲ୍ମ୍ ର ପ୍ରତିଷ୍ଠାତା ସଭାପତି ନରେଶ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ଅ ପତ୍ରିକାର ମୁଖ୍ୟ ସଂପାଦକ ବିଶ୍ୱନାଥ ସାହୁ ମଂଚ ପରିଚାଳନା କରିଥିଲେ ।
ଏହି ଅବସରରେ ‘ଅ’ ପ୍ରତିଭା ସମ୍ମାନ ଯୁବୋଦ୍ଦ୍ୟୋଗୀ ବିଭୂ ପ୍ରସାଦ ସାହୁ, ଡ଼ାକ୍ତର ଲୋକନାଥ ସାହୁ, ପର୍ବତାରୋହୀ ଯୋଗବ୍ୟାସ ଭୋଇ,ସାମ୍ବାଦିକ ରାଜକୁମାର ସିଂହଦେଓ, ଅଧ୍ୟାପିକ ମମତା କୁମାରୀ ତ୍ରିପାଠୀ, ଡ଼କ୍ଟର ଅଜିତ କୁମାର ବେହେରା ସହିତ ବାର୍ଷିକ ଅ ପ୍ରତିିଭା ସମ୍ମାନ ସଂଯୁକ୍ତା ପାଢୀ, ଯାଜ୍ଞସେନୀ ସାହୁ, ଦିନେଶ ଅଗ୍ରୱାଲା ଓ ଡ଼ିସେମ୍ବର ମେହେରଙ୍କୁ ଅତିଥିମାନେ ମାନପତ୍ର,ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ତପନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାହ୍ନୁଚରଣ ସାହୁ ଧନ୍ୟବାଦାର୍ପଣ କରିଥିଲେ । ପରେ ଦ୍ୱିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଯୁବ କବି ତଥା ସାମ୍ବାଦିକ ହେମନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିଲା । କବି ନରୋତ୍ତମ ପାତ୍ର,ଭାଗିରଥୀ ସାଗର,ସଂଯୁକ୍ତା ପାଢୀଅତିଥିଭାବରେ ମଂଚାସୀନ ରହିଥିଲେ ।
ବରିଷ୍ଠ କବି ଗଣପତି ନାୟକ ,ଅରୁଣ ପ୍ରଧାନୀ, ମାନସ ରଂଜନ ପ୍ରହରାଜ, ପୀତାମ୍ବର ଗୌଡ଼, ହିମାଞ୍ଚଳ ସାହୁ, ତପନ କୁମାର ଦାଶ, ସମୀର ପୁଝାରୀ, ରମାଜ୍ୟୋତି ସାହୁ, ବବ୍ଲି ପୁଝାରୀ, ଯାଜ୍ଞସେନୀ ସାହୁ, ମୋହନ ଭଟ୍ଟ, ରମାକାନ୍ତ ସିଂ ସାହାଣୀ, ମେଦିନୀଧର ଜାନୀ, ପ୍ରଦୀପ କୁମାର ତ୍ରିପାଠୀ, ଦୀନେଶ ଅଗ୍ରୱାଲ, ତ୍ରିଲୋଚନ ସାହୁ,ସଂଯୁକ୍ତା ପୁରୋହିତ,ବହ୍ନି ପୁଝାରୀ,ଚନ୍ଦନ ସାହୁ,ଲିପୁନ ସାହୁ ଅନ୍ୟମାନଙ୍କ ମଧ୍ୟରେ ଅ ପରିବାର ର ଦୀପକ ସାହୁ, ଶରତ ନାଏକ, ଭୀଷ୍ମଦେବ ସାହୁ, ରିତେଶ ଶତପଥୀ, ରାକେଶ ଶତପଥୀ, ସୁଶାନ୍ତ ବିଶି, ସଂଜୟ ମହାଖୁଡ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।