ଆତଙ୍କ ରଚୁଛି ଜଙ୍ଗଲର ରାଜା: ବାଘ ଆକ୍ରମଣରେ ଜଣେ ମହିଳା ମୃତ

ନୂଆପଡା: ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ପଂଚାୟତର ଛୋଟ ଲୋଡ୍ରା ଗାଁର ମକର ମାଝୀଙ୍କ ସ୍ତ୍ରୀ ଭାନୋ ବାଇ ମାଝୀ (୪୦)ଙ୍କୁ ବାଘ ମାରି ଖାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ପ୍ରକାଶ ତଥ୍ୟ ଅନୁସାରେ ବୁଧବାର ସକାଳେ ପ୍ରାୟ ୧୧ ଟା ବେଳେ ଭାନ ବାଇ ନିଜ ଘର ପାଖ ରେ ଥିବା ଜଙ୍ଗଲ (ରାନିମାଇଁ ପିଆରଏଫ )କୁ ସବୁଦିନ ଭଳି ନିଜ କାଜୁ ବଗିଚାକୁ ଯାଇଥିଲେ। କିନ୍ତୁ ମଧ୍ୟାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ମକର ଓ ଗାଁ ଲୋକ ମିଶି ଭାନ ବାଇଙ୍କୁ ଖୋଜିବାକୁ ଜଲଙ୍ଗକୁ ଯାଇଥିଲେ।


ଖୋଜୁ ଖୋଜୁ ପ୍ରାୟ ସନ୍ଧ୍ୟା ୫ ଟା ବେଳେ ଜଙ୍ଗଲ ପାଖ ରେ ଥିବା ଏକ ପୋଖରୀ ନିକଟରେ ଭାନୋ ବାଇଙ୍କ ମୃତ ଶରୀର ଦେଖିବାକୁ ପାଇଥିଲେ। ତେବେ ମୃତ ଶରୀର ପାଖରେ ବାଘ ଜଗି ବସିଥିବା ଓ ବାଘର ଗର୍ଜନ ଶୁଣିବାକୁ ପାଇଲେ। ଭୟରେ ମୃତ ଦେହକୁ ସେଠାରୁ ଉଦ୍ଧାର ନ କରି ଫେରି ଆସିଥିଲେ। ତେବେ ଏ ନେଇ ବନ ବିଭାଗ ସୂଚନା ପାଇ ଥିଲେ ମଧ୍ୟ ସାନ୍ଧ୍ୟ ସମୟରେ ସେଠାକୁ ନ ଯିବାର ନିଷ୍ପତି ନେଲା।

ଆଜି ବନ ବିଭାଗ ସେଠାକାର ଲୋକ ଙ୍କ ସହ ମିଶି ଘଟଣା ସ୍ଥଳକୁ ଯାଇ ବିଶେଷ ଭାବେ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି। ତେବେ ଭାଲୁ, ହାତୀ ଓ ବାଘ ଭଳି ହିଂସ୍ର ଜନ୍ତୁ, ମାଣିଷ ଉପରେ ଆକ୍ରମଣ କରିବା ଅନେକ ଥର ଜିଲ୍ଲା ତଥା ରାଜ୍ୟ ରେ ବଡ଼ ଖବର ପାଲଟିଛି। ଗତ କିଛି ବର୍ଷ ପୂର୍ବେ ହଳଦୀ ଗାଁର ଛଗନ (୪)କୁ ଏକ କାଳରପତରିଆ ବାଘ ଘରେ ଶୋଇଥିବା ଅବସ୍ଥାରେ ଟେକି ନେଇ ମାରି ଖାଇ ଦେଇଥିଲା।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.