ଉତ୍କଳ ଆଲୁମିନା ସହାୟତାରେ ସୋରିଷପଦରେ ସ୍ଥାପନ ହେଲା ଲେମନ୍‍ ଗ୍ରାସ ପ୍ରକ୍ରିୟାକରଣ ୟୁନିଟ

ରାୟଗଡ / କାଶିପୁର : ରାୟଗଡା ଜିଲା ସୋରିଷପଦର ଗ୍ରାମରେ ଆଜି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ୟୁନିଟ୍‍ ହେଡ୍‍ ମଜହର ବେଗ୍‍ ଏବଂ ରାୟଗଡାସ୍ଥିତ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ପତିତପାବନ ସାମନ୍ତରାୟଙ୍କ ଦ୍ୱାରା ମିଳିତ ଭାବରେ ଏକ ଲେମନ୍‍ ଗ୍ରାସ ତୈଳ ନିଷ୍କାସନ ୟୁନିଟ୍‍ ଉଦଘାଟିତ ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ସିଏସ୍‍ଆର ପ୍ରୟାସ ଅଧୀନରେ ଏହି ୟୁନିଟକୁ ପ୍ରୋତ୍ସାହନ ଦେବା ସହିତ ଏହି ଉଦ୍ୟୋଗ ସ୍ଥାପନ ନିମନ୍ତେ ଜଣେ ସ୍ଥାନୀୟ ଉଦ୍ୟୋଗୀ ତଥା ଚାଷୀ ଶ୍ରୀ ଗୌରାଙ୍ଗ ବିଷୋଇଙ୍କୁ ସହାୟତା ଯୋଗାଇ ଦେଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରୋଜେକ୍ଟ ସୁଗନ୍ଧା ଅଧୀନରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ରାୟଗଡା ଜିଲା ପ୍ରଶାସନର ଉଦ୍ୟାନ କୃଷି ବିଭାଗ ସହିତ ମିଳିତ ସହଯୋଗରେ ଗତ ତିନିବର୍ଷ ଧରି ଏହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଲେମନ୍‍ ଗ୍ରାସ ଚାଷ ସହିତ ଲେମନ୍‍ ଗ୍ରାସ ତୈଳ ନିଷ୍କାସନ ପ୍ଲାଣ୍ଟ ସ୍ଥାପନକୁ ପ୍ରୋତ୍ସାହିତ କରିଆସୁଛି । ଏପର୍ଯ୍ୟନ୍ତ ଉଭୟ ଖଣି ଓ ବିଶୋଧନାଗାର ପାରିପାର୍ଶ୍ବିକ ୧୬ଟି ବିଭିନ୍ନ ଗ୍ରାମରେ ୧୧୧ ଜଣ ଚାଷୀଙ୍କ ଦ୍ୱାରା ୧୬୦ ଏକରରୁ ଅଧିକ ଜମିରେ ଲେମନ୍‍ ଗ୍ରାସ ଚାଷ କରାଯିବା ସହିତ ଯୋଗିପାରିତୁଣ୍ଡା ଏବଂ ସୋରିଷପଦର ଗ୍ରାମରେ ଦୁଇଟି ତୈଳ ନିଷ୍କାସନ ୟୁନିଟ ସ୍ଥାପନ କରାଯାଇଛି ।

ଚଳିତ ବର୍ଷ ଏହି କାର୍ଯ୍ୟକଳାପ ଆଉ ୨୦୦ ଏକରକୁ ସମ୍ପ୍ରସାରିତ କରିବା ସହିତ ଆଉ ଦୁଇଟି ତୈଳ ନିଷ୍କାସନ ୟୁନିଟ ସ୍ଥାପନ ଯୋଜନା କରାଯାଇଛି । ଏହି ଅବସରରେ ପ୍ରକାଶ କରି ୟୁଏଆଇଏଲ୍‍ର ୟୁନିଟ ହେଡ୍‍ ଶ୍ରୀ ବେଗ୍‍ କୃଷକଙ୍କ ପାଇଁ ସ୍ଥାୟୀ ଜୀବିକା ଉପାର୍ଜନକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ଏବଂ ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ୟୁଏଆଇଏଲ ପକ୍ଷରୁ ଏହିଭଳି ସମର୍ଥନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ରାୟଗଡା କୃଷି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଉତ୍କଳ ଆଲୁମିନା ପକ୍ଷରୁ ଏହିଭଳି ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ଦିଆଯିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ୟୁଏଆଇଏଲ ଭାଇସ ପ୍ରେସିଡେଣ୍ଟ ଫାଇନାନ୍ସ ଆକାଉଣ୍ଟ୍‍ସ ଆଣ୍ଡ କମର୍ସିଆଲ, ସୁଧାକର ବିଶ୍ୱାଳ, ଜେନେରାଲ ମ୍ୟାନେଜର ମାଇନ୍ସ ଶ୍ରୀ ମୁକେଶ ଝା, ଜେନେରାଲ ମ୍ୟାନେଜର ସିଏସଆର-ଆର ଆଣ୍ଡ ଆର-ଲ୍ୟାଣ୍ଡ ଆଣ୍ଡ ଲିଆସନ୍‍ ଶ୍ରୀ ଶିବ ମହାପାତ୍ର, ଜେନେରାଲ ମ୍ୟାନେଜର କମ୍ୟୁନିଟି ରିଲେସନସିପ୍‍ ଆଣ୍ଡ ସଷ୍ଟେନେବିଲିଟି ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏବଂ ଟିକିରିସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ବୀର ବାହାଦୂର କୁମାର ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ । ୟୁଏଆଇଏଲ୍‍ର ସିଏସଆର୍‍ ଟିମ୍‍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ସହିତ ସାମାଜିକ ପ୍ରସଙ୍ଗଗୁକ୍କର ସମାଧାନ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଗଭୀର ଭାବେ ନିୟୋଜିତ ରହିଛି । ୟୁଏଆଇଏଲ ମୋଟାମୋଟି ଭାବେ ଓଡ଼ିଶାର ୫୭ଟି ଗ୍ରାମରେ ପ୍ରାୟ ୩୦,୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.