ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ପ୍ରକୃତି ଏବଂ ଜୀବନର କଥା କୁହେ

ଆଦିସ୍କନ୍ଦ ସମାଜର ସୁବର୍ଣ୍ଣ ଜୟନ୍ତି ପାଳିତ

କଳାହାଣ୍ଡି, (ହେମନ୍ତ ସାହୁ): ଦିନେ କଳାହାଣ୍ଡିର ବୀରପୁତ୍ର ଆଦିବାସୀ ନେତା ରେଣ୍ଡୋ ମାଝୀ ସଂଗ୍ରାମ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଲେ। ସେହି ବୀର ପୁରୁଷର ଉତ୍ତରାଧିକାରୀ ହେଉଛି ଏଇମାଟିର ଆଦିବାସୀ। ଯୋଉମାନେ ପ୍ରକୃତିର କୋଳରେ ନିଜ ନିଜ ଜୀବନକୁ ସରସ ଓ ସୁନ୍ଦର କରି କଟେଇଥାନ୍ତି। ତେଣୁ ତ ଅନେକ ଆଦିବାସୀ ସଂସ୍କୃତି ଓ ପରମ୍ପରା ପ୍ରକୃତି ଓ ଜୀବନର କଥା କହିଥାଏ ବୋଲି ମ.ରାମପୁର ବ୍ଲକ ଆଦିସ୍କନ୍ଦ ସମାଜର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲା ମ.ରାମପୁର ପଂଚାୟତର ଜକାବାହାଲି ଗ୍ରାମଠାରେ ପଦମସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବରେ ନେତ୍ରାନନ୍ଦ ଭୋଇ, ମୁଖ୍ୟ ବକ୍ତା ଦେବରାଜ ମାଝୀ ଯୋଗଦେଇଥିବା ବେଳେ ସୁବର୍ଣ୍ଣ କମିଟୀ ସଭାପତି କ୍ଷେତ୍ରୀ ମାଝୀ, ସୁବର୍ଣ୍ଣ କମିଟୀ ସଂପାଦକ ଦାଶରଥି ମାଝୀ, ବେସକା ପ୍ରଗଣା ମୁଖ୍ୟ ଦେବରାଜ ପାଟମାଝୀ ପ୍ରମୁଖ ମଂଚାସୀନ ରହିଥିଲେ। ଧନସିଂ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଦ୍ରୋଣାଚାର୍ଯ୍ୟ ମାଝୀ ବିବରଣୀ ପଠନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୧ ମସିହାରେ ପ୍ରଥମ କମିଟୀର ସ୍ୱର୍ଗତ ରାଏଧର ମାଝୀ, ପ୍ରଥମ ସଂପାଦକ ଅନାଦି ମାଝୀ, କୀର୍ତ୍ତନ ମାଝୀଙ୍କ ସମେତ ପ୍ରଥମ କମିଟୀର ଅନ୍ୟ ୧୨ଜଣ ଓ ଆଦିସ୍କନ୍ଧ ସମାଜ ପ୍ରତିଭା ସମ୍ମାନ ମେଦିନୀଧର ମାଝୀ (ଗବେଷକ,ଭୀମା ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ), ସାରଦା ମାଝୀ (ମଦବିରୋଧୀ ନାରୀନେତ୍ରୀ), ରାଜକିଶୋର ମାଝୀଙ୍କ ସମେତ ପୂର୍ବତନ ସଭାପତି ଧନସିଂ ମାଝୀ, ସିଦ୍ଧେଶ୍ୱର ମାଝୀ, ରାଜକିଶୋର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈକୁଣ୍ଠ ମାଝୀ ମାନପତ୍ର ପଠନ କରିଥିଲେ।

Udyog Nursery
Udyogi Nursery


ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ମାଝୀ, ବାରୁ ମାଝୀ, ବେଣୁଧର ମାଝୀ, ଶ୍ୟାମ ମାଝୀ, ଆର୍ଣ୍ଣ ମାଝୀ, ଜଳନ୍ଧର ମାଝୀ, ବିପ୍ର ମାଝୀ, ଜଲଧର ମାଝୀ, ସୁବାଷ ମାଝୀ, ସୂର୍ଯ୍ୟମଣି ମାଝୀ, ଗୌର ମାଝୀ, ଭୂପିନ୍ଦ୍ର ମାଝୀ, ସୁଦର୍ଶନ ମାଝୀ, ଦେବରାଜ ମାଝୀ, ନକୁଳ ମାଝୀ, ଅଭିମନ୍ୟୁ ମାଝୀ, ସେବକ ଭୋଇ, ଖିରସିନ୍ଦୁ ମାଝୀ, କତେଶ୍ୱର ମାଝୀ, ଉତ୍ତର ମାଝୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳାନାରେ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖଥାଉ କି, ୧୯୭୧ରେ ଆନୁଷ୍ଠାନିକ ଭାବରେ ଗଠିତ ଏହି ଆଦିସ୍କନ୍ଦ ସମାଜ ସେଇ ସମୟରୁ କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଳାର ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ବିଭିନ୍ନ ପଦକ୍ଷେପ ନେଇ କାର୍ଯ୍ୟ କରିଆସୁଛି । ଏଣୁ ଏହି ସମାଜର ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୁବର୍ଣ୍ଣ ଜୟନ୍ତୀ ଭାବରେ ଏହି ଦିବସକୁ ପାଳନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.