ନେହେରୁ ଯୁବ କେନ୍ଦ୍ର ଓ ଯୁବ କ୍ରିୟାନୁଷ୍ଠାନ କମିଟି ସିଉନୀ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ କର୍ମଶାଳା

କୋକସରା, (ହିରନ୍ୟ ବେହେରା): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଯୁବ କ୍ରିୟାନୁଷ୍ଠାନ କମିଟି ସିଉନୀର ମିଳିତ ଆନୁକୁଲ୍ୟରେ “ବର୍ଷା ଜଳ ସଂରକ୍ଷଣ” ଯେଉଁଠାରେ ଏହା ପଡେ, ଯେତେବେଳେ ଏହା ପଡ଼େ” କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କୋକସରା ଆତ୍ମା କମିଟି ସଭାପତି ଶ୍ରୀଯୁକ୍ତ ରୁତୁରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଇଶ୍ୱରୀ ପ୍ରସାଦ ଅଗସ୍ତି ଓ ପ୍ରଶିକ୍ଷକ ଭାବେ ସିଦ୍ଧାର୍ଥ ନନ୍ଦ (ପଦାର୍ଥ ବିଜ୍ଞାନ ଅଧ୍ୟାପକ ପଞ୍ଚାୟତ ସମିତି ମହାବିଦ୍ୟାଳୟ କୋକସରା) ଓ ଗିରୀଶ ଚନ୍ଦ୍ର ସରାବୁ (ସିଉନୀ ପ୍ରଧାନ ଶିକ୍ଷକ ) ବର୍ଷା ଜଳ ସଂରକ୍ଷଣ ଉପରେ ଜନସଚେତନତା ବାର୍ତ୍ତା ଦେଇଥିଲେ ।


ଅତିଥି ମାନେ ଜଳ ସଂରକ୍ଷଣର ଆବଶ୍ୟକତା ଓ ଉପକାରିତା ସମ୍ବନ୍ଧରେ ଆଲୋକପାତ କରଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ସମସ୍ତ ସ୍ବେଛାସେବୀ, କୋକସରା ବ୍ଲକର ୫ ଟି ଗ୍ରାମରୁ ୭୦ରୁ ଅଧିକ ଯୁବକ ମାନେ ଅଂଶଗ୍ରହଣ କରିଥିଲେ। ନେହେରୁ ଯୁବକେନ୍ଦ୍ର ରାଷ୍ଟ୍ରୀୟ ସ୍ବେଚ୍ଛାସେବୀ କୋପନେଶ୍ୱର ବେମାଲ, ସିଉନୀ କ୍ଲବର ନିଲୁ, ପ୍ରେମ, କାନ୍ତ, କୁଳ, ସମସ୍ତ କାର୍ଯ୍ୟ କର୍ତ୍ତା ଓ ସଭାପତି ଭୁବନେଶ୍ବର ଦିଶାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


ସଭା ଶେଷରେ ବର୍ଷା ଜଳର କିପରି ଯତ୍ନ ନେବା ତାହରି ଅପବ୍ୟବହାର ନ କରିବା, ପ୍ରତ୍ୟେକ ବିନ୍ଦୁର କିଭଳି ଭାବରେ ବ୍ୟବହାର କରିବା, ପ୍ରତ୍ୟେକ ବିନ୍ଦୂର ମୂଲ୍ୟବାନ କେତେ, ସେ ଉପରେ ନିଜର ସାଙ୍ଗ ଓ ପରିବାରଙ୍କୁ ସଚେତନ କରିବା ସକାଶେ ସମସ୍ତ ଯୁବକ ମାନେ ଶପଥ ପାଠ କରିଥିଲେ। ସଭା ଶେଷରେ ନେହେରୁ ଯୁବ କେନ୍ଦ୍ର ର ରାଷ୍ଟ୍ରୀୟ ଯୁବ ସ୍ଵଚ୍ଛାସେବୀ ଚିନ୍ମୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.